ପୁଣି ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ…

କାବୁଲ, ୧।୫ : ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ୨୦୦୧ରେ ନାଟୋ ସୈନ୍ୟଙ୍କ ଉପରେ ଙ୍‌ଆକ୍ରମଣ କରିଥିଲା। ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାସଲ କରିବାକୁ ତାଲିବାନ ଉଦ୍ୟମ କରୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ଆଶ୍ରାଫ ଘନି ସରକାରଙ୍କ ସମର୍ଥକଙ୍କ ସହିତ ମୁହାଁମୁହିଁ ହେବାରେ ଲାଗିଛି।

ଆଫଗାନିସ୍ତାନର ଗାନ୍ଧାରା ୱେବସାଇଟ ଅନୁଯାୟୀ, ଏହି ତାଲିବାନ ବିରୋଧୀ ଗୋଷ୍ଠୀରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ତାଲିମପ୍ରାପ୍ତ ହଜାର ହଜାର ଆଫଗାନିସ୍ତାନ ସୈନିକ ରହିଛନ୍ତି। ସେମାନେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ଚାକିରି ହରାଇଛନ୍ତି। ଏହି ପୂର୍ବତନ ଆଫଗାନିସ୍ତାନ ନେତାମାନେ ତାଲିବାନ ଶାସନରେ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି।

ଇତି ମଧ୍ୟରେ ଖୋରାସାନର ଇସଲାମିକ ଷ୍ଟେଟ ଏହାର ଆକ୍ରମଣକୁ ତୀବ୍ର କରିଛି। ଆଫଗାନିସ୍ତାନର ଏଭଳି ସ୍ଥିତି ନେଇ ବୈଦେଶିକ ମନ୍ତ୍ରଣାଳୟର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଯେ ତାଲିବାନ କ୍ଷମତାକୁ ଆସିବା ପରେ କିଛି ପରିବର୍ତ୍ତନ ହୋଇନାହିଁ। ଏହା ଦ୍ୱାରା ତାଲିବାନ ବିରୁଦ୍ଧରେ ଏକ ଜୋରଦାର ବିଦ୍ରୋହର ଆଶଙ୍କା ରହିଛି। ଏହାଯୋଗୁ ପୁଣି ଆଫଗାନିସ୍ତାନରେ ଗୃହଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଥିବା ସେ ମତପୋଷଣ କରିଛନ୍ତି। ଆଫଗାନିସ୍ତାନର ତାଲିବାନ ବିରୋଧୀ ଦଳ ଭାବେ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଶକ୍ତିଶାଳୀ ହେବାରେ ଲାଗିଛି। ଅହମ୍ମଦ ମାସୁଦ ଦେଶର ଉତ୍ତର ପ୍ରଦେଶର ନେତା ଅହମ୍ମଦ ଶାହ ମାସୁଦଙ୍କ ପୁତ୍ର।

ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହ ଅହମ୍ମଦ ମାସୁଦଙ୍କର ଜଣେ ଘନିଷ୍ଠ ସହଯୋଗୀ। ଦୁହେଁ ପଞ୍ଜଶୀର ଉପତ୍ୟକାରୁ ଆସିଛନ୍ତି। ତାଲିବାନ କାବୁଲକୁ ଦଖଲ କରିବା ପରେ ଦୁହେଁ ଦେଶ ବାହାରକୁ ଚାଲି ଯାଇଥିଲେ। ତାଙ୍କ ସମର୍ଥକମାନେ ପଞ୍ଜଶୀର ଉପତ୍ୟକାରେ ତାଲିବାନ ବିରୁଦ୍ଧରେ ଲଗାତାର ଆକ୍ରମଣ କରୁଛନ୍ତି। ଏଥି ସହିତ, ଆଫଗାନିସ୍ତାନର ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ମାସୁଦ ଆଣ୍ଡ୍ରାଇଙ୍କ ସମର୍ଥକମାନେ ଆଣ୍ଡ୍ରାବ ଅଞ୍ଚଳରେ ତାଲିବାନକୁ ଅଧିକ କ୍ଷତି ପହଞ୍ଚାଇଛନ୍ତି।

ସେମାନେ ଉତ୍ତରର ପହାଡ଼ିଆ ବାଗଲାନ ଅଞ୍ଚଳରେ କ୍ରମାଗତ ଭାବରେ ଆକ୍ରମଣ କରୁଛନ୍ତି। ଏଥି ସହ ମଜାର-ଇ-ସରିଫରେ ଆଫଗାନିସ୍ତାନ ଯୁଦ୍ଧବିମାନ ଅଟ୍ଟା ମହମ୍ମଦ ନୁରଙ୍କ ସମର୍ଥକମାନେ ତାଲିବାନ ସହ ରକ୍ତାକ୍ତ ସଂଘଷ ପାଇଁ ପୁଣି ଯୋଜନା ପ୍ରସ୍ତୁତ କରୁଛନ୍ତି। ଆଫଗାନିସ୍ତାନର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ଆକ୍ରମଣ ତୀବ୍ର ହୋଇଛି। ଇଦ୍‌ ପରେ ଏହା ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି।

Share