Posted inଜାତୀୟ

ପୁଣି ତେଜିଲା ବିବାଦ, ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

ଅମରାବତୀ,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼ ଦାବି କରିଛନ୍ତି । ପଶୁଚର୍ବି ପରେ ଏବେ ପ୍ରସାଦରେ ତମାଖୁ ମିଳିଥିବା ସୂଚନା ମିଳିଛି। ଯାହାପରେ ସାରା ଦେଶରେ ଚହଳ ପଡିଛି।

ତେଲେଙ୍ଗାନାର ଖମ୍ମାମ ଜିଲାର ଜଣେ ମହିଳା ଭକ୍ତ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଦାବି କରିଛନ୍ତି ଯେ, ତିରୁପତି ମନ୍ଦିରର ପବିତ୍ର ଲଡୁରୁ ତମାଖୁ ମିଳିଛି । ତାଙ୍କ କହିବାନୁସାରେ, ଯେତେବେଳେ ସେ ତିରୁପତି ମନ୍ଦିରର ପ୍ରସାଦ ତାଙ୍କ ଘରକୁ ଆଣିଥିଲେ, ସେତେବେଳେ ସେ ପ୍ରସାଦରେ ଏକ କାଗଜରେ ତମାଖୁ ଗୁଡା ହୋଇଥିବାର ଦେଖିବାକୁ ପାଇଥିଲେ ।

ସେ ୧୯ ସେପ୍ଟେମ୍ବରରେ ତିରୁପତି ମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଭକ୍ତଙ୍କ ପରି ପଦ୍ମାବତୀ ମଧ୍ୟ ମନ୍ଦିରରୁ ପ୍ରସାଦ ଆଣି ତାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ପଦ୍ମାବତୀଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଲଡୁ ଖୋଲି ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲୁ, ପ୍ରସାଦ ଭିତରେ ଏକ କାଗଜରେ ତମାଖୁ ଗୁଡ଼ାଯାଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ତେବେ ପଦ୍ମାବତୀଙ୍କ ଏହି ବୟାନ ପରେ ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ଆବେଗକୁ ପୁଣି ଶକ୍ତ ଆଘାତ ଲାଗିଛି ।

ସେପଟେ ମହିଳାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ ବା ଟିଟିଡି । ଏହି ଲଡୁକୁ ବୈଷ୍ଣବ ବ୍ରାହ୍ମଣମାନେ ଅତି ପବିତ୍ରତାର ସହ କରିଥାନ୍ତି ଏବଂ ଏହି ପୂରା ପ୍ରକ୍ରିୟା ସିସିଟିଭି ନଜରରେ ହୋଇଥାଏ ବୋଲି ଟିଟିଡି କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ସିଦ୍ଦରମୈୟା: ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ଜାଣନ୍ତୁ କ’ଣ ରହିଛି ଅପ୍ସନ୍‌

ବେଙ୍ଗାଲୁରୁ,୨୪।୯: ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା। ଏହି ମାମଲା ଉପରେ କରିଥିବା ଆବେଦନ କର୍ନାଟକ ହାକୋର୍ଟର ଖାରଜ ହୋଇଯାଇଛି।...

ତିରୁପତି ଲଡୁ ବିବାଦ: ମନ୍ଦିରରେ ଝାଡୁ ଲଗାଇ ପ୍ରାୟଶ୍ଚିତ କରୁଛନ୍ତି ପଓ୍ବନ କଲ୍ୟାଣ, ଦେଖନ୍ତୁ ଭିଡିଓ

ବିଜୟଓ୍ବାଡା,୨୪।୯: ତିରୁପତିସ୍ଥିତ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରକୁ ପଶୁ ଚର୍ବିରେ ମିଶ୍ରିତ ଘିଅ ଯୋଗାଣ ପ୍ରସଙ୍ଗରେ ଅନେକ ରାଜନୈତିକ ବୟାନବାଜି ଚାଲିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପ...

ଆମେ ୩ ଜଣ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲୁ, ଏବେ ନିଷ୍ପତ୍ତି କମାଣ୍ଡଙ୍କର

ନୂଆଦିଲ୍ଲୀ,୨୪।୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ସେପଟେ କଂଗ୍ରେସ ନେତା ରଣଦୀପ...

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କ ମୃତ୍ୟୁ, ଜମ୍ମୁ ହସ୍ପିଟାଲରେ…

ନୂଆଦିଲ୍ଲୀ,୨୪।୯: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ...

ସିଦ୍ଧରମୈୟାଙ୍କୁ ଲାଗିଲା ବଡ ଝଟ୍‌କା

ବେଙ୍ଗାଲୁରୁ,୨୪।୯: ମୈସୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ କର୍ନାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ...

ରାହୁଲ ଗାନ୍ଧୀଙ୍କ ଏକ୍ସ ପୋଷ୍ଟକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୪।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ଯୁବକମାନଙ୍କ ବେକାରୀ ସମସ୍ୟାକୁ ନେଇ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି। ପ୍ରଶ୍ନ ଉଠାଇଛନ୍ତି, ହରିୟାଣାର ଯୁବକମାନେ କାହିଁକି...

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ନିଫ୍ଟି ବି ଉପରମୁହାଁ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri