ପୁଣି କରୋନା ଆତଙ୍କ: ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣ ପୁଣି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଗତବର୍ଷ ତୁଳନାରେ କରୋନା ସଂକ୍ରମଣ ଅଧିକ ବେଗରେ ବ୍ୟାପୁଥିବାରୁ ଦିଲ୍ଲୀ, ପୁଣେ, ସୁରଟ ଆଦି ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଏବେ ଲକ୍‌ଡାଉନ୍‌ ଭୟରେ ଘରମୁହାଁ ହେବାରେ ଲାଗିଛନ୍ତି। ଗତବର୍ଷ ଲକ୍‌ଡାଉନ୍‌ ସମୟରେ ସ୍ବଦେଶ ଫେରିବା ଲାଗି ସୃଷ୍ଟି ହୋଇଥିବା ସମସ୍ୟାରେ ଯେଭଳି ସେମାନେ ନ ପଡ଼ିବେ ସେଥିପାଇଁ ସତର୍କ ହୋଇ ଘରକୁ ଫେରିବାକୁ ଶ୍ରେୟସ୍କର ମଣୁଛନ୍ତି। ଦିଲ୍ଲୀର ବସଷ୍ଟାଣ୍ଡ୍‌ ଏବଂ ରେଳ ଷ୍ଟେଶନରେ ପ୍ରବାସୀ ଶ୍ରମିକ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ଏହାପରେ ସ୍ଥିତି ଅସମ୍ଭାଳ ହେଲେ ଲକ୍‌ଡାଉନ୍‌ ଜାରି ହେବାର ଭୟରେ ପ୍ରବାସୀ ଶ୍ରମିକ ଘର ବାହୁଡ଼ିବା ଆରମ୍ଭ କରିଛନ୍ତି।

Share