ପୁଣି ବିପଦ, ଅକ୍ଟୋବରରେ ତୃତୀୟ ଲହର ପହଞ୍ଚିବ ଶୀର୍ଷରେ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀର ତୃତୀୟ ଲହର ଚଳିତ ଅଗଷ୍ଟମାସରେ ଆସିବାର ଆଶଙ୍କା ରହିଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ତୃତୀୟ ଲହରରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ପରିସ୍ଥିତି ଅତ୍ୟନ୍ତ ଖରାପ ହେଲେ ଦୈନିକ ସଂକ୍ରମଣ ଦେଢ଼ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ହାଇଦ୍ରାବାଦ ଏବଂ କାନପୁରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ରେ ମଥୁକୁମାଲ୍ଲୀ ବିଦ୍ୟାସାଗର ଏବଂ ମଣିନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ କରାଯାଇଥିବା ଗବେଷଣା ରିପୋର୍ଟରେ ଏଭଳି ପ୍ରକାଶ ପାଇଛି। ଅକ୍ଟୋବରରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି।
ରିପୋର୍ଟରେ କୁହାଯାଇଛି ଯେ, କରୋନାର ତୃତୀୟ ଲହର ଦ୍ୱିତୀୟ ଲହର ତୁଳନାରେ କମ୍‌ ଭୟାବହ ହେବ। ଚଳିତ ବର୍ଷ ମେ ମାସରେ, ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର ଗାଣିତିକ ମଡେଲ ଉପରେ ଆଧାରରେ ଭାରତର କରୋନା ମହାମାରୀର ତୃତୀୟ ଲହର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାସାଗର ସେତେବେଳେ କହିଥିଲେ, ଜୁନ ଶେଷ ସୁଦ୍ଧା ଭାରତରେ ଦୈନିକ ସଂକ୍ରମଣ ୪୦ ହଜାର ଅବା ୨୦ ହଜାରକୁ କମି ଆସିବ।

ତୃତୀୟ ଲହର ନେଇ ବୈଜ୍ଞାନିକ ଏବଂ ଡାକ୍ତରମାନଙ୍କ ଚେତବାନୀଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି।

Share