ପୁଣି ଦନ୍ତା ହାତୀର ମୃତ୍ୟୁ କାରଣ ଖୋଜୁଛି…

ନିରାକାରପୁର,୩୦।୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ଓଳସିଂ ପଞ୍ଚାୟତ ଡମଣଭୂମିସ୍ଥିତ ଭଣ୍ଡାରୀଝରଠାରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ତେବେ ହାତୀଟିର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।
ଖବରପାଇ ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟକି
          ଗତ ଜୁଲାଇ ୮ ତାରିଖରେ ଉକ୍ତସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ତେବେ ବନ ବିଭାଗର ଦାୟିତ୍ୱହୀନତା ଯୋଗୁ ଆଉ ଗୋଟିଏ ହାତୀର ମୃତ୍ୟୁକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।