Categories: ଖେଳ

ପୁଣି ପାଣ୍ଡିଆ ବାହିନୀ ଫାଇନାଲରେ

ଅହମ୍ମଦାବାଦ,୨୬।୫: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଗୁଜୁରାଟ ଟାଇଟନ୍ସ ୬୨ ରନରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଗୁଜୁରାଟ ଟାଇଟନ୍ସ ୩ଟା ଉଇକେଟ୍‌ରେ ୨୩୩ ରନ୍‌ କରିଥିଲା।
ଏହି ମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଦୁଇ ଦଳ ମୈଦାନକୁ ଆସିଥିଲେ । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ୨୩୪ ରନ୍‌ ବିଜୟ ଟାର୍ଗେଟ ନ କରିପାରି ମାତ୍ର ୧୭୧ ରନରେ ଅଲଆଉଟ ହୋଇ ଯାଇଥିଲା ।

Share