Categories: ଜାତୀୟ

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୮ ଦିନରେ ୭ଥର ବଢିଲା ଦର

ନୂଆଦିଲ୍ଲୀ,୨୯।୩: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୭୦ ପଇସା ମହଙ୍ଗା ହୋଇଛି। ଏହାସହ ୮ ଦିନ ମଧ୍ୟରେ ୭ଥର ପେଟ୍ରୋଲ ଏବଂ ଡିଜେଲ୍‌ ଦର ବଢିଛି। ଦର ବଢିବା ସହ ଦିଲ୍ଲୀର ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ପିଛା ୯୧.୪୭ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୧୦୦.୨୧ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଏବେ ୧୧୫.୦୪ ଲିଟର ଏବଂ ଡିଜେଲ ୯୯.୨୫ ଟଙ୍କା ରହିଛି। ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଅଶୋଧିତ ତୈଳର ମୂଲ୍ୟ ଉପରେ ଦେଖାଯାଉଛି।

Share