ପୁଣି ପ୍ରଶ୍ନପତ୍ର ଲିକ୍‌ : OSSC ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌…

ଭୁବନେଶ୍ୱର,୬।୧୦: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ। ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ୍‌ ଖୋଲାଯାଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା। କିନ୍ତୁ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ୟାକେଟ୍‌ ସିଲ ଖୋଲାଯାଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ପରୀକ୍ଷାର୍ଥୀ । ତେବେ ସିସିଟିଭି ଯାଞ୍ଚ ବେଳେ ଏହା ସମୟ ସହ ମେଳ ଖାଇ ନ ଥିବା ସୂଚନା ମିଳିଛି । ସେପଟେ ସିସିଟିଭି ସମୟ ମେଳ ନ ଖାଇବା ବୈଷୟିକ ତ୍ରୁଟି କହିଥିଲେ କର୍ତ୍ତୃପକ୍ଷ । ସେପଟେ ପରୀକ୍ଷା ବିଭ୍ରାଟ କଥାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି ।