ଭୁବନେଶ୍ୱର,୧୯।୪(ବୁ୍ୟୁରୋ): ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବରୁ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ। ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିବା ସେ ନିଜେ ଟୁଇଟ୍ କରି ସୋମବାର ସୂଚନା ଦେଇଛନ୍ତି। ଗତ ୫ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ନାୟକ କହିଛନ୍ତି।