ପୁଣି ବିପଦ ଘନେଇଲା, ଫେବୃୟାରୀରେ ମହାମାରୀର ତୃତୀୟ ଲହର ଆଶଙ୍କା…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ପହଞ୍ଚିଛି। ଏପରି ସ୍ଥଳେ ବୈଜ୍ଞାନିକମାନେ ଦେଶରେ କରୋନାର ତୃତୀୟ ଲହର ବିଷୟରେ ଆଶଙ୍କା ପ୍ରକାଶ କରିଛନ୍ତି।

ଭାରତରେ ଓମିକ୍ରନ୍‌ ଯୋଗୁ କୋଭିଡ୍‌ର ନୂଆ ଲହର ଫେବୃଆରୀ ୨୦୨୨ ରେ ଆସିବାର ଆଶଙ୍କା ରହିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ମହାମାରୀ ଉପରେ ନଜର ରଖିବା ପାଇଁ ଦୁଇଜଣ ବୈଜ୍ଞାନିକ ସୂତ୍ର ମଡେଲ ବିଷୟରେ ପରିକଳ୍ପନା କରିଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଇଆଇଟି କାନପୁରର ମଣିନ୍ଦ୍ର ଅଗ୍ରୱାଲ ଏବଂ ଆଇଆଇଟି ହାଇଦ୍ରାବାଦର ଏମ୍‌. ବିଦ୍ୟାସାଗରପୂର୍ବାନୁମାନ କରିଛନ୍ତି ଯେ, ଦେଶରେ ଖରାପ ପରିସ୍ଥିତିରେ ୨୦୨୨ ଫେବୃଆରୀରେ ଦେଖିବାକୁ ମିଳିବ।

ଏହି ସମୟରେ ଦୈନିକ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୫୦ ହଜାରରୁ ଲକ୍ଷେ ୮୦ ହଜାର ଛୁଇଁବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ବୈଜ୍ଞାନିକ ଦୁହେଁ କହିଛନ୍ତି।

Share