ପୁଣି ଝୁଲି ରହିଲା ନିର୍ବାଚନ

କେନ୍ଦୁଝର,୧୧ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୨୦୨୨ ଅଗଷ୍ଟ ୯ରୁ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ମଧ୍ୟ କର୍ମକର୍ତ୍ତାମାନେ ନିର୍ବାଚନ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସଂଘର ନିୟମ ଅନୁଯାୟୀ କାର୍ଯ୍ୟକାଳ ପୁରିବା ପରେ କର୍ମକର୍ତ୍ତାମାନେ ସଂଘର ସଭ୍ୟ ତାଲିକା ପରାମର୍ଶଦାତାମାନଙ୍କୁ ଦେଇ ନିର୍ବାଚନ କରାଇବାକୁ ଅନୁରୋଧ କରିବା କଥା। ତେବେ ସାଧାରଣ ସମ୍ପାଦକ ବାରମ୍ବାର ପରାମର୍ଶଦାତାଙ୍କୁ ନିର୍ବାଚନ କରିବାକୁ ଚିଠି ଲେଖିବା ସତ୍ତ୍ୱେ ସଭ୍ୟ ତାଲିକା ପ୍ରଦାନ କରୁନାହାନ୍ତି। ଯାହାକୁ ନେଇ ନିର୍ବାଚନ ଝୁଲି ରହିଛି।
ପ୍ରକାଶ ଯେ, ୨୦୨୩ ମାର୍ଚ୍ଚ ୧୦ ସୁଦ୍ଧା ସଭ୍ୟ ତାଲିକା ପରାର୍ଶଦାତାଙ୍କୁ ପ୍ରଦାନ କରାଯିବାକୁ ନେଇ ଏକ ପତ୍ର ସଂଘର ସାଧାରଣ ସମ୍ପାଦକ ଦେଇଥିଲେ। ଏହାର ନକଲ ମଧ୍ୟ ଅତିରିକ୍ତ ଜିଲାପାଳଙ୍କୁ ଦିଆଯାଇଥିଲା। ତେବେ ଅନ୍ୟ କାର୍ଯ୍ୟର ବାହାନ ଦେଖାଇ ୧୦ ତାରିଖରେ ସଭ୍ୟ ତାଲିକା ପରାମର୍ଶଦାତାଙ୍କୁ ପ୍ରଦାନ କରି ନ ଥିବାରୁ ପରାମର୍ଶଦାତା କୈଳାସ ଚନ୍ଦ୍ର ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆସନ୍ତା ସୋମବାର ଦିନ ଜିଲା ପ୍ରଶାସନ, ଏସ୍‌ପି ଏବଂ ଆଇଜିଆରଙ୍କୁ ସଭାପତି ଏବଂ ସମ୍ପାଦକ ନିର୍ବାଚନ କରିବାକୁ ଅନିଛୁକ ଥିବା ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି। ଟ୍ରକ୍‌ ମାଲିକ ସଂଘର ନିର୍ବାଚନକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଆଶା ଓ ଆଶଙ୍କା ବଢ଼ିବାରେ ଲାଗିଛି। ତେବେ ନିର୍ବାଚନ କେବେ ହେବ ତାହା କହିହେବ ନାହିଁ ବୋଲି ପରାମର୍ଶଦାତା ପଣ୍ଡା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ତାଗିଦ୍‌

ଛତ୍ରପୁର,୨୩।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ଓ ଅବହେଳା କରାଯାଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।...

ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଉଦ୍ଧାର ହେଲା ଫିସିଂ କ୍ୟାଟ୍

ବାରିପଦା,୨୩।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧିନ ଦେଉଳି ରେଞ୍ଜ କୁଳିଅଣା ସେକ୍ସନ କନିଆଁଲୁକା ଗ୍ରାମର ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ...

ମିଶନ ଶକ୍ତି ଭବନ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ନିକଟରେ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମିଶନ ଶକ୍ତି ଭବନକୁ...

ସରପଞ୍ଚଙ୍କ ମଧ୍ୟସ୍ଥତାରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀଯୁଗଳ

ନାକଟିଦେଉଳ,୨୪ା୧(ବୈକୁଣ୍ଠନାଥ ସାହୁ): ଦୀର୍ଘ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ହେଲେ ଉଭୟଙ୍କ ବାହା ଘରେ ବାଧକ ସାଜିଥିଲେ ଉଭୟଙ୍କ ପରିବାର ଲୋକେ। ତେବେ ସ୍ଥାନୀୟ...

ନେତାଜୀଙ୍କ ଜୟନ୍ତୀରେ ଲୋକାର୍ପିତ ହେଲା କୁଟିଆ ସଂଗ୍ରହାଳୟ

ତୁମୁଡ଼ିବନ୍ଧ,୨୩ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ କୁଟିଆ ଆଦିମ ଜନଜାତି ଅଟେ। ଏମାନଙ୍କ ଜୀବନ...

ବାଇକ୍ ଉପରେ ମାଡ଼ିଗଲା ବାଲି ବୋଝେଇ ହାଇୱା; ୩ ମୃତ

ଯାଜପୁର, ୨୩।୧: ପାଣିକୋଇଲି ଥାନା ଷଠିପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ୍ ଉପରେ ହାଇୱା ମାଡିଯିବାରୁ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ବାଇକରେ ୩...

ଗିଜର ସଜାଡ଼ିବାକୁ ଯାଇ ମିସ୍ତ୍ରୀଙ୍କ ଜୀବନ ଗଲା

ବାଲେଶ୍ୱର,୨୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟ ହରିପୁର ଗ୍ରାମକୁ ଗିଜର ସଜା ଯାଇ...

ବେକାରୀ ହ୍ରାସ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୨୩ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ ବିଭାଗ ଦ୍ୱାରା ଏକ ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଛେଣ୍ଡିପଦା ରେଞ୍ଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image