ପାଟଣା,୧୩ା୧୧(ସ୍ବ.ପ୍ର.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରିଙ୍କ ଦାୟିତ୍ୱହୀନ ତଥା ଅଶାଳୀନ ମନ୍ତବ୍ୟ ବିରୋଧରେ ପାଟଣା ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ବ୍ଲକ ଭାଜପା ରାଜ୍ୟ ଅନୁସୂଚିତ ଜନଜାତି ଉପସଭାପତି ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକଙ୍କ ନେତୃତ୍ୱରେ ରବିବାର ସମ୍ପୃକ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଟଣା ଥାନାରେ ଏତଲା ଦିଆଯାଇଛି। ଏଏସ୍ଆଇ ମନୋରମା ସ୍ବାଇଁଙ୍କ ନେତୃତ୍ୱରେ ଏହି ଏତଲା ଦିଆଯାଇଛି। ଏଥିରେ ଭାଜପା ପାଟଣା ମଣ୍ଡଳ ସଭାପତି ରମେଶ ମହାନ୍ତ, ଜିଲା ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ମହିଳା ମୋର୍ଚ୍ଚା ଜିଲା ଉପସଭାପତି ସୋମବାରୀ ମୁଣ୍ଡା, ଅନୁସୂଚିତ ଜନଜାତି ମୋର୍ଚ୍ଚା ପାଟଣା ମଣ୍ଡଳ ସଭାପତି ଇନ୍ଦ୍ରଜିତ୍ ମୁଣ୍ଡା, ସାହାରପଡ଼ାର ଜଳନ୍ଧର ନାଏକ, ବରିଷ୍ଠ ନେତା ଋଷିବର ମହାନ୍ତ, ଜିଲା ସଂଯୋଜକ କୃଷ୍ଣଚନ୍ଦ୍ର ମହାନ୍ତ, ଯଶୋବନ୍ତ ମହାରଣାଙ୍କ ସହ ବହୁ ବରିଷ୍ଠ ଭାଜପା ନେତା ସାମିଲ ଥିଲେ।
Posted inଆମ ଜିଲା ଖବର, କେନ୍ଦୁଝର