ଫିଲ୍ମଠାରୁ କମ୍‌ ନୁହେଁ ପ୍ରେମକାହାଣୀ; ଭିନ୍ନ ଧର୍ମର ସତ୍ତ୍ୱେ…

ବମ୍ବେ: ଫିଲ୍ମ କଳାକାର-କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ ପ୍ରେମକାହାଣୀ ଏଭଳି ଗଢ଼ିଉଠିଛି। ସେଥିମଧ୍ୟରୁ ଭାରତୀୟ କ୍ରିକେଟର ଜାହିର ଖାନ୍‌ ଏବଂ ଅଭିନେତ୍ରୀ ସାଗରିକା ଘାଟଗେଙ୍କ କାହାଣୀ ଅନ୍ୟତମ।

ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ରୁ ଡେବ୍ୟୁ କରିଥିଲେ ସାଗରିକା। ପରେ ସେ ‘ମିଲେ ନା ମିଲେ ହମ୍‌, ଇରାଦା, ଦିଲଦାରିୟାଁ’ ଭଳି ଫିଲ୍ମ ତାଙ୍କୁ ଖ୍ୟାତି ଦେଇଥିଲା। ଏହି ସମୟରେ ଅଭିନେତ୍ରୀ ନେହା ଧୂପିଆ ଏବଂ ସ୍ବାମୀ ଅଙ୍ଗଦ ବେଦୀଙ୍କ ଜରିଆରେ ଜାହିରଙ୍କୁ ଭେଟିଥିଲେ ସେ। ପ୍ରଥମ ଦେଖାରେ ଜାହିର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଉଭୟଙ୍କ ଧର୍ମ କିନ୍ତୁ ଅଲଗା ଥିଲା। ମାତ୍ର ଜାହିର ତାଙ୍କୁ ପାଇବା ଲାଗି କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ସେ କେବଳ ତାଙ୍କ ପାଇଁ ଜନ୍ମ ହୋଇଥିବା ବୁଝାଇଥିଲେ।

ସାଗରିକାଙ୍କ ମା’ ଉଭୟଙ୍କ ବିଷୟରେ ଜାଣିଥିଲେ। ସେ ସମ୍ପର୍କକୁ ସମର୍ଥନ କରୁଥିଲେ। କିନ୍ତୁ ଯେତେବେଳେ ସାଗରିକାଙ୍କ ବାପାଙ୍କୁ ଜାହିର ଭେଟିଥିଲେ ସେ ଡରି ଯାଇଥିଲେ। ଦଶରୁ ପନ୍ଦର ମିନିଟ କଥା ହୋଇ ଚାଲି ଆସିବେ ବୋଲି ଭାବିଥିଲେ ହେଁ କଥାବାର୍ତ୍ତା ତିନି ଘଣ୍ଟା ଯାଏ ଚାଲିଥିଲା। ଜାହିର ଭଲ ମରାଠି କହୁଥିବାରୁ ପରିବାରର ସମସ୍ତେ ତାଙ୍କୁ ପସନ୍ଦ କରିଥିଲେ।

ସେଭଳି ଜାହିର ନିଜ ଘରଲୋକଙ୍କୁ ବିବାହ ଲାଗି ମନାଇବା ଲାଗି ବହୁତ କିଛି କରିଥିଲେ। ସାଗରିକାଙ୍କ ଫିଲ୍ମ ସମସ୍ତଙ୍କୁ ଦେଖାଇଥିଲେ। ପରେ ସବୁକିଛି ଠିକ୍‌ ହୋଇଥିଲା। ପରିବାରଲୋକଙ୍କ ଉପସ୍ଥିତିରେ ବେଶ ସାଧାସିଧା ଭାବେ ସେମାନେ ବିବାହ କରିଥିଲେ।

Share