Categories: ଜାତୀୟ

ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ ୮ ଡବା ଲାଇନଚ୍ୟୁତ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୭।୧୦: ଟ୍ରେନ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଡିବାଲେଙ୍ଗ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି ଯେତେବେଳେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନାସ ଡିରେଲ ହୋଇଛି। ଭାରତୀୟ ରେଲଓ୍ବେର ସୂଚନା ଅନୁଯାୟୀ ଟ୍ରେନର ୮ଟି କୋଚ ଲାଇନ ଚ୍ୟୁତ ହୋଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।
ରେଲଓ୍ବେ କହିଛି, ୧୨୫୨୦ ଅଗରତାଲା – ଲୋକମାନ୍ୟ ତିଲକ ଟର୍ମିନାସ ଗୁରୁବାର ସକାଳେ ଅଗରତାଲା ଛାଡିଥିବା ଲୋକମାନ୍ୟ ତିଲକ ଟର୍ମିନାସ ଏକ୍ସପ୍ରେସ, ଲୁମଡିଙ୍ଗ ଡିଭିଜନ ଅନ୍ତର୍ଗତ ଡିବଲୋଙ୍ଗ ଷ୍ଟେଶନର ଲୁମଡିଙ୍ଗ – ବଦରପୁର ହିଲ ସେକ୍ସନରେ ସକାଳ୩ଟା ୫୫ରେ ଡିରେଲ ହୋଇଛି। ପାୱାର୍‌ କାର୍‌ ଏବଂ ଇଞ୍ଜିନ ସହିତ ୮ କୋଚ ଡିରେଲ ହୋଇଛି।

ଆକ୍ସିଡେଣ୍ଟ ରିଲିଫ ଟ୍ରେନ ଏବଂ ଆକ୍ସିଡେଣ୍ଟ ରିଲିଫ ମେଡିକାଲ ଟ୍ରେନ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ଲୁମଡଙ୍ଗର ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇସାରିଛି। ଲୁମଡିଙ୍ଗ-ବଦରପୁର ସିଙ୍ଗଲ ଲାଇନ ବିଭାଗରେ ଟ୍ରେନ ଚଳାଚଳ ସ୍ଥଗିତ ରଖାଯାଇଛି। ଲୁମଡିଙ୍ଗରେ ଥିବା ହେଲ୍ପଲାଇନ ନମ୍ବରଗୁଡ଼ିକ ହେଉଛି: 03674 263120, 03674 263126। ପୂର୍ବୋତ୍ତର ସୀମାନ୍ତ ରେଲଓ୍ବେ ଜୋନ ସିପିଆରଓ କହିଛନ୍ତି, ଟ୍ରେନର ପାଓ୍ବାର କାର ଓ ଇଞ୍ଜିନ ସମେତ ୮ ହବା ଲାଇନଚ୍ୟୁତ ହୋଇଛି।

Share