ଅଗସ୍ତ୍ୟଙ୍କୁ ମିଳିଲା ପୁଣି ଏକ ଅଫର୍‌

ଅମିତାଭ ବଚ୍ଚନଙ୍କ ନାତି ତଥା ଶ୍ୱେତା ବଚ୍ଚନଙ୍କ ପୁଅ ଅଗସ୍ତ୍ୟ ନନ୍ଦା ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମଟି ‘ଦି ଆର୍ଚିଜ୍‌’ ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଡିସେମ୍ବର ୭ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଅଗସ୍ତ୍ୟଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ‘ଦି ଆର୍ଚିଜ୍‌’ ରିଲିଜ ହେବା ସହିତ ଅଗସ୍ତ୍ୟଙ୍କୁ ଆଉ ଏକ ବଡ଼ ଅଫର୍‌ ମିଳିଛି। ତାଙ୍କୁ ଶ୍ରୀରାମ ରାଘବନଙ୍କ ଫିଲ୍ମ ‘ଇକ୍କିସ’ରେ ସହ ଦେଖିବାକୁ ମିଳିବ। ଏହି ଫିଲ୍ମ ୧୯୭୧ ଯୁଦ୍ଧ ହିରୋ ଅରୁଣ ଖେତ୍ରପାଲଙ୍କ ବାୟୋପିକ। ଭେଟେରାନ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ମୁଖ୍ୟ ଭୂମିକାରେ ରହିବେ ବୋଲି କୁହାଯାଉଛି।
ଅଗସ୍ତ୍ୟ ନିକଟରେ ଜୋୟା ଅଖତରଙ୍କ ‘ଦି ଆର୍ଚିଜ୍‌’ ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ଖୁସି କପୁର ମଧ୍ୟ ବଲିଉଡରେ ଡେବ୍ୟୁ କରିଛନ୍ତି।

Share