Categories: ଫୁରସତ

ବୟସ ୭୦, କାମ ୩୦ ବର୍ଷୀୟାଙ୍କ ଭଳି

ଲଣ୍ଡନ: ୬୦ ବର୍ଷ ପରେ ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବାକୁ ଲାଗେ। ଅନେକେ ଅଣ୍ଟା ସଳଖି ଚାଲିପାରୁ ନ ଥିବା ଦେଖିବାକୁ ମିଳେ। ହେଲେ ଇଂଲଣ୍ଡର ଜଣେ ୭୦ ବର୍ଷୀୟା ମହିଳାଙ୍କ ଫିଟ୍‌ନେସକୁ ଦେଖିଲେ ଏହି କଥା ଉପରେ ବିଶ୍ୱାସ କରିବା କଷ୍ଟ ହେବ। ତାଙ୍କୁ ଦେଖିଲେ ଏହା ଲାଗିବ ଯେ ସେ ଜଣେ ଯୁବତୀ। କାରଣ ତାଙ୍କ ବେଶଭୂଷା ଏବଂ ଜୀବନଶୈଳୀ ଆଦୌ ୭୦ ବର୍ଷୀୟାଙ୍କ ପରି ନୁହେଁ। ସେ ଯୁବତୀଙ୍କ ଭଳି ଛୋଟ ଡ୍ରେସ ଏବଂ ଜିନ୍‌ସ ପିନ୍ଧୁଛନ୍ତି। ୭୦ବର୍ଷୀୟା ଜୁଲି ଫୋର୍ଡଙ୍କ ଫିଟ୍‌ନେସ କାରଣରୁ ସେ ୩୦ ବର୍ଷୀୟା ଯୁବତୀଙ୍କ ଭଳି ଶକ୍ତିଶାଳୀ ଅନୁଭବ କରୁଥିବା କହିଛନ୍ତି। ରିପୋର୍ଟ ମୁତାବକ, ଜୁଲି ପାର୍ଟଟାଇମ୍‌ ଫିଜିକାଲ ଏଜୁକେଶନ ଟିଚର ଅଛନ୍ତି। ସେ ଗୋଟିଏ ସ୍ଥାନରେ ବସିବା ଅପେକ୍ଷା ବିଭିନ୍ନ ଜାଗାରେ ବୁଲିବାକୁ ପସନ୍ଦ କରନ୍ତି। ସେ ୧୧ ବର୍ଷ ବୟସରୁ ହିଁ ତାଙ୍କ କ୍ୟାରିୟର ଚୟନ କରିନେଇଥିଲେ। ୩୦ ବର୍ଷ ବୟସରେ ଜୁଲି ମା’ ହୋଇଥିବାବେଳେ ମଧ୍ୟ ସେ ନାଚରେ ଭାଗ ନେବା ଏବଂ ଟ୍ରେନିଂ କ୍ଲାସ୍‌ ଭଳି ରୁଟିକୁ ଆପଣାଇଥିଲେ। ସେ ତାଙ୍କ ପିଲାମାନଙ୍କ ନେଟ୍‌ବଲ୍‌, ହକି ମଧ୍ୟ ଖେଳନ୍ତି। ଏବେ ସେ ବୃଦ୍ଧାବୃଦ୍ଧଙ୍କ ପାଇଁ ଏକ୍ସରସାଇଜ୍‌ କ୍ଲାସ ଚଳାଉଛନ୍ତି। ବାହାର ଲୋକଙ୍କୁ ମଧ୍ୟ ଏକ୍ସରସାଇଜ୍‌ ଶିଖାଉଛନ୍ତି। ୨୦୧୬ ସେପ୍ଟେମ୍ବରରେ ୬୩ ବର୍ଷ ବୟସରେ ଜୁଲିଙ୍କୁ ୨ୟ ଷ୍ଟେଜ୍‌ ସ୍ତନ କର୍କଟ ହୋଇଥିଲା। କର୍କଟ ଚିକିତ୍ସା ସମୟରେ ସେତେବେଳେ ତାଙ୍କୁ ଏକ୍ସରସାଇଜ୍‌ ଅଧିକ କାମ ଦେଇଥିଲା। ସେବେଠାରୁ ଫିଟ୍‌ନେସକୁ ନେଇ ତାଙ୍କ ନଜର ବଦଳିଗଲା। ଏହାପରେ ସେ ବିଭିନ୍ନ ପ୍ରକାର ଏକ୍ସରସାଇଜ୍‌ କଲେ। ଏହାର ପରିଣାମ ସ୍ବରୂପ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଗଲା।

Share