Posted inଖେଳ

ବୟସ ଜାଲିଆତି ମାମଲା: ସ୍ବୀକାର ନ କଲେ ଖେଳାଳି ୨ ବର୍ଷ ବାସନ୍ଦ ହେବେ

ନୁଆଦିଲ୍ଲୀ,୩।୮ (ପି.ଟି.): କ୍ରିକେଟରେ ଖେଳାଳିଙ୍କ ବୟସ ଜାଲିଆତି ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ଆଭିମୁଖ୍ୟ ଆହୁରି କଡ଼ା କରିଛି। ପଞ୍ଜୀକୃତ ଖେଳାଳିମାନେ ବୟସ ଜାଲିଆତି କରିଥିବା ନେଇ ନଜ ଆଡୁ ମାନିଗଲେ ସେମାନଙ୍କୁ କ୍ଷମା କରିଦିଆଯିବ ବୋଲି ସୋମବାର ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ଯେଉଁ ଖେଳାଳିମାନେ ଏ ସଂକ୍ରାନ୍ତରେ ଦୋଷ ଲୁଚାଇବାକୁ ପ୍ରୟାସ କରିବେ ସେମାନଙ୍କୁ ୨ ବର୍ଷ ବାସନ୍ଦ କରାଯିବ ବୋଲି ବୋର୍ଡ ସତର୍କ କରାଇ ଦେଇଛି। ବିସିସିଆଇ ଦ୍ୱାରା ଆୟାଜନ କରାଯାଉଥିବା ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟଗୁଡିକରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କ ପାଇଁ ଏହି ନିୟମ ୨୦୨୦-୨୧ ସେସନଠାରୁ ଲାଗୁ କରାଯାଇଛି।
ନକଲି ଜନ୍ମ ପ୍ରମାଣପତ୍ର ଦେଇ ବୟସ ଜାଲିଆତି କରିଥିବା ଖେଳାଳିମାନେ ଦୋଷ ସ୍ବୀକାର କଲେ ସେମାନଙ୍କୁ କ୍ଷମା ମିଳିବ। ବାସନ୍ଦ କରା ନ ଯାଇ ସେମାନଙ୍କୁ ପ୍ରକୃତ ବୟସବର୍ଗରେ ଖେଳିବାକୁ ସୁଯୋଗ ଦିଆଯିବ। ତେବେ ଏଥିପାଇଁ ଖେଳାଳିମାନଙ୍କୁ ସେମାନଙ୍କ ପ୍ରକୃତ ଜନ୍ମ ତାରିଖ ବିଷୟରେ ଅବଗତ କରିବାକୁ ହେବ ବୋଲି ବିସିସିଆଇ ତରଫରୁ କୁହାଯାଇଛି। କିନ୍ତୁ ଯେଉଁମାନେ ଏବେ ନିଜ ଦୋଷକୁ ସ୍ବୀକାର ନ କରିବେ ସେମାନେ ଦୁଇ ବର୍ଷ ବାସନ୍ଦ ହେବେ ଓ ସେମାନେ ବିସିସିଆଇ ଓ ରାଜ୍ୟ ଆସୋସିଏଶନଗୁଡିକ ଦ୍ୱାରା ଆୟୋଜିତ ହେଉଥିବା ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବେ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ତାଙ୍କ ପୂର୍ବତନ ଦଳୀୟ ସାଥୀ ଖେଳାଳି ରାହୁଲ ଡ୍ରାଭିଡ୍‌ ବୟସ ଜାଲିଆତି ରୋକିବା ସପକ୍ଷରେ ମତ ଦେଇଛନ୍ତି। କ୍ରିକେଟରେ ବୟସ ଜାଲିଆତି ବରଦାସ୍ତ କରାଯିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି। ଏ ସଂକ୍ରାନ୍ତରେ ବୋର୍ଡର ନିର୍ଦ୍ଦେଶକୁ ମାନିବାକୁ ଡ୍ରାଭିଡ୍‌ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର...

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri