‘ମୋତେ ଲୋକେ କହୁଛନ୍ତି ବୁଢ଼ୀ’

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଲୋକେ ମଲାଇକାଙ୍କୁ ନେଇ ନାନା କଥା କହୁଛନ୍ତି। ଅଭିନେତ୍ରୀ କହିଛନ୍ତି, ସେ ତାଙ୍କଠାରୁ ବୟସରେ ସାନ ଜଣେ ଯୁବକଙ୍କୁ ଡେଟ୍‌ କରୁଛନ୍ତି। ଏଥିପାଇଁ ଲୋକେ ତାଙ୍କୁ ବୁଢ଼ୀ,  ସୁବିଧାବାଦୀ କହୁଛନ୍ତି।

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅନ୍ୟତମ। ଲୋକ ତାଙ୍କର ଶୈଳୀକୁ ପସନ୍ଦ କରିଥାନ୍ତି। ବେଳେବେଳେ ଟ୍ରୋଲ୍‌ ମଧ୍ୟ କରିଥାନ୍ତି। ଲୋକଙ୍କ ଟ୍ରୋଲ୍‌ ତାଙ୍କୁ ଫରକ ପଡ଼େନା।

ମଲାଇକା ତାଙ୍କ ଫ୍ୟାଶନ ପାଇଁ ଅଭିନେତା ଅର୍ଜୁନ କପୁରଙ୍କ ସହିତ ଡେଟ୍‌ କରୁଛନ୍ତି। ଏହା ପୂର୍ବରୁ ମଲାଇକା ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ତାଙ୍କର ଗୋଟିଏ ପୁଅ ବି ଅଛି। ମଲାଇକା ଅରବାଜଙ୍କୁ ବିବାହ କରିଥିଲେ। ବିବାହର ୧୯ ବର୍ଷ ପରେ ଏହି ଦମ୍ପତି ଛାଡ଼ପତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ମଲାଇକା ଏବଂ ଅର୍ଜୁନ କପୁରଙ୍କ ସହ ରିଲେସନଶିପ୍‌ର ରହିଆସୁଛନ୍ତି।

Share