Categories: ଜାତୀୟ

ରାମ ମନ୍ଦିରର ବୟସ ୧୦୦୦ ବର୍ଷ ହେବ: ଚମ୍ପତ ରାୟ

ଅଯୋଧ୍ୟା,୨୪।୧୨: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆଉ କିଛିଦିନ ବାକି ଅଛି। ଏହାପୂର୍ବରୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ରାମ ମନ୍ଦିର ନିର୍ମାଣ ଦେଶ ପାଇଁ ଅପମାନର ପରିମାର୍ଜନ। ଏହା ଭାରତର ସମ୍ମାନର ପ୍ରତୀକ। ରାମ ମନ୍ଦିରର ବୟସ ୧୦୦୦ ବର୍ଷ ହେବ। ଏହାର ନିର୍ମାଣରେ ଗୁଣବତ୍ତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ଅଯୋଧ୍ୟାରେ ୩୦୦୦ ରୁ ଅଧିକ ରାମ ମନ୍ଦିର ଅଛି। ତଥାପି ନିର୍ମୋହି ଆଖଡା, ଦିଗମ୍ବର ଆଖଡା ଏବଂ ସାଧୁ ସନ୍ଥ ରାମ ମନ୍ଦିର ପାଇଁ ଯୁଦ୍ଧ ଜାରି ରଖିଥିଲେ। କାରଣ ଅଯୋଧ୍ୟା ଭଗବାନ ଶ୍ରୀ ରାମଙ୍କ ଜନ୍ମସ୍ଥାନ ପରିବର୍ତ୍ତନ ହୋଇପାରିବ ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ରାମ ମନ୍ଦିର ହେଉଛି ରାଷ୍ଟ୍ରର ମନ୍ଦିର। ଏହା ଜାତୀୟ ସମ୍ମାନର ଏକ ମନ୍ଦିର। ମନ୍ଦିର ନିର୍ମାଣରେ ୧୦ କୋଟି ଲୋକ ସହଯୋଗ କରିଛନ୍ତି।

Share