Categories: ଜାତୀୟ

ଝିଅଙ୍କ ବିବାହ ବୟସରେ ହେବ ପରିବର୍ତ୍ତନ: ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୧୫।୮: ଦେଶରେ ମାତୃ ମୃତ୍ୟୁ ହାର କମାଇବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଝିଅଙ୍କ ବିବାହ ବୟସ ଏବେ ୧୮ ବର୍ଷରୁ ବଢ଼ି ୨୧ ବର୍ଷ ହେବ ବୋଲି କୁହାଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପାଳନ ଅବସରରେ ସୂଚନା ଦେଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁସାରେ ଏଭଳି କରାଯିବାର ସମ୍ଭାବନା ରହିଛି। ଝିଅଙ୍କ ବିବାହର ନ୍ୟୁନତମ ବୟସ ସୀମା ନିର୍ଦ୍ଧାରଣ ପାଇଁ ଏକ କମିଟି ଗଠନ କରାଯାଇଥିବା ମୋଦି କହିଛନ୍ତି। କମିଟିର ରିପୋର୍ଟ ଉପସ୍ଥାପନ କରାଯିବା ପରେ ସରକାର ଉପଯୁକ୍ତ ନିର୍ଣ୍ଣୟ ନେବେ। ବିବାହର ଉପଯୁକ୍ତ ବୟସ ନେଇ ପରାମର୍ଶ ଦେବା ଲାଗି ଏକ ଟାସ୍କ୍‌ ଫୋର୍ସ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୭ ଅକ୍ଟୋବରରେ ସୁପ୍ରିମ୍‌କୋର୍ଟ ଏନେଇ ଦେଇଥିବା ରାୟକୁ ସରକାର ଗୁରୁତର ସହିତ ବିଚାର କରୁଥିବା କୁହାଯାଉଛି।

Share