Categories: ବାଣିଜ୍ୟ

ଏଜିଇଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୫।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପର ଅଗ୍ରଣୀ କମ୍ପାନୀ ଆଦାନି ଗ୍ରିନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାର୍ଯ୍ୟକଳାପ ଓ କରାବାର ସହିତ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସ ମଧ୍ୟରେ କମ୍ପାନୀ (ଆଦାନି ଗ୍ରିନ୍‌ ଏନର୍ଜି) ଉଲ୍ଲେଖନୀୟ ଆର୍ଥିକ ଫଳାଫଳ ହାସଲ କରିଛି। କମ୍ପାନିର ରାଜସ୍ବ ପରିମାଣ ୫୭% ବୃଦ୍ଧି ପାଇ ୫୭୯୪ କୋଟି ଟଙ୍କା ହୋଇଛି। ଏହି ସମୟ ମଧ୍ୟରେ ଇବିଆଇଟିଡିଏ ୫୨% ବୃଦ୍ଧି ପାଇ ୫୪୧୨ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍‌ ୯୨% ରହିଛି।

ସେହିଭଳି କମ୍ପାନୀର ନଗଦ ଲାଭ ପରିମାଣ ୬୧% ବୃଦ୍ଧି ପାଇ ୨୯୪୪ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଲର ରନ୍‌-ରେଟ୍‌ ୭୮୦୬ କୋଟି ଟଙ୍କା ହୋଇଛି। ଏପରିକି ପରିଚାଳନା ଦକ୍ଷତା ପରିମାଣ ୧୬% ବୃଦ୍ଧି ପାଇ ୮୪୭୮ ମେଗାୱାଟ୍‌ ହୋଇଥିବା ବେଳେ ଶକ୍ତି ବିକ୍ରି ୫୯ % ବୃଦ୍ଧି ପାଇ ୧୬,୨୯୩ ମେଗାୱାଟ୍‌ ହୋଇଛି।
ଏ ସମ୍ପର୍କରେ ଏଜିଇଏଲର ସିଇଓ ଅମିତ ସିଂହ କହିଛନ୍ତି, ନିକଟରେ ଘୋଷିତ ଇକ୍ୱିଟି ଏବଂ ଋଣ ପୁଞ୍ଜି ସଂଗ୍ରହ ସହିତ ଆମେ ୨୦୩୦ ସୁଦ୍ଧା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୪୫ଗିଗାୱାଟ୍‌ କ୍ଷମତାକୁ ହାସଲ କରିବା ଲାଗି ଅଭିବୃଦ୍ଧି ପାଇଁ ପୁଞ୍ଜି ପରିଚାଳନା ଢାଞ୍ଚା ପ୍ରସ୍ତୁତ କରିଛୁ।

Share