Posted inଜାତୀୟ

ଇଡି-ସିବିଆଇ ଭଳି ଏଜେନ୍ସିର କରାଯାଉଛି ଅପବ୍ୟବହାର: ଶରଦ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ମିଳିତ ମେଣ୍ଟ ‘ଇଣ୍ଡିଆ’ର ନେତାମାନେ ଶାସକ ଭାଜପାକୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାରଅଭିଯୋଗ କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି।
ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଏକ ପାର୍ଟି କାର୍ଯ୍ୟକ୍ରମରେ କହିଛନ୍ତି ଯେ, ମୁଁ ଅନୁଭବ କରୁଛି ଯେ ରାଜନୀତିରେ ଯେତେବେଳେ ବିପକ୍ଷ ବିରୋଧରେ କିଛି ନ ମିଳେ, ସେତେବେଳେ ଇଡି ଏବଂ ସିବିଆଇ ଭଳି ଏଜେନ୍ସିର ଅପବ୍ୟବହାର କରାଯାଇଥାଏ। ଲୋକମାନେ ଦିନେ ଏକ ଶିକ୍ଷା ଦେବେ। ସଞ୍ଜୟ ସିଂଙ୍କ ଗିରଫ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଆହୁରି ମଜଭୁତ କରିବ ବୋଲି ଶରଦ ପାୱାର କହିଛନ୍ତି।
ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

କଂଗ୍ରେସ ନେତା କ୍ଷମା ମାଗିବା ଉଚିତ, କାହିଁକି ଏମିତି କହିଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧।୧୧: କର୍ନାଟକରେ ‘ଶକ୍ତି’ ଗ୍ୟାରେଣ୍ଟି ସମୀକ୍ଷା ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ନିନ୍ଦା କରିବା ପରେ...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ବିବେକ ଦେବରୟ କିଏ? ଜେଜେ-ଜେଜେମା’ ଆସିଥିଲେ ବାଂଲାଦେଶରୁ ସେ କିନ୍ତୁ ପାଲଟି ଯାଇଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ,୧।୧୧: ଅର୍ଥନୈତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଣକ୍ୟ ଥିତବା ବ୍ୟକ୍ତି ଏହି ଦୁନିଆରେ ଆଉ ନାହାଁନ୍ତି। ଯେଉଁ ବ୍ୟକ୍ତି ଦାରିଦ୍ର୍ୟର ଏକ ନୂତନ ମାନର ପ୍ରଚାର...

ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ...

ଜାତି ବଦଳାଇଲେ ଶିଆ ଓ୍ବାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ

ନୂଆଦିଲ୍ଲୀ,୧।୧୧: ୨୦୨୧ରେ ସନାତନ ଧର୍ମ ଗ୍ରହଣ କରି ଲାଇମ ଲାଇଟକୁ ଆସିଥିବା ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଏଥର ନିଜର ଜାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri