ବିବାହ ଯୋଡିବା ପାଇଁ ଅନେକ ମ୍ୟାଟ୍ରିମୋନିଆଲ୍ ସାଇଟ୍ କିମ୍ବା ଏଜେଣ୍ଟ୍ ଅଛନ୍ତି। କିନ୍ତୁ କେବେ ବିବାହ ଭାଙ୍ଗିଥିବା ଏଜେଣ୍ଟମାନଙ୍କ ନାମ ଶୁଣିଛନ୍ତି କି? ଏପରି ଏକ ଦେଶ ଅଛି ଯେଉଁଠାରେ ବିବାହ ଭାଙ୍ଗିବାକୁ ଏଜେଣ୍ଟ ଅଛନ୍ତି। ସେଠାରେ ଏହା ଏକ ଲୋକପ୍ରିୟ ରୋଜଗାରର ମାଧ୍ୟମ। ଲୋକମାନେ ଏହି ଏଜେଣ୍ଟମାନଙ୍କ ମାଧ୍ୟମରେ ବିବାହ ଭାଙ୍ଗିବା ଦେଖାଯାଉଛି। ଯଦି କେହି ତାଙ୍କ ସାଥୀ ଉପରେ ସନ୍ଦେହ କରନ୍ତି, ତେବେ ସେ ଏହି ଏଜେଣ୍ଟମାନଙ୍କ ସାହାଯ୍ୟ ନେଇ ଅଧିକ ରଣନୀତି ପ୍ରସ୍ତୁତ କରିପାରିବେ। ଏହି ଏଜେଣ୍ଟକୁ ଭାକ୍ରେସାସେୟା କୁହାଯାଏ। ସେମାନଙ୍କର କାମ ହେଉଛି ସାଥୀ ଉପରେ ଗୁପ୍ତଚର ଭାବେ ସାଥୀ ଉପରେ ନଜର ରଖିବା। ସେମାନଙ୍କର ଅବୈଧ ସମ୍ପର୍କର ପ୍ରମାଣ ଦାଖଲ କରିବା। ଏହାପରେ ସମ୍ପର୍କକୁ ଭାଙ୍ଗିବା ହେଉଛି ଏହି ଏଜେଣ୍ଟମାନଙ୍କ କାମ। ଜାପାନରେ ବିବାହ ଭଙ୍ଗା ଏଜେଣ୍ଟମାନଙ୍କର ନିଯୁକ୍ତି ବଢିିବାରେ ଲାଗିଛି। ଯଦି ଜଣଙ୍କ ପିଛା ତାଙ୍କ ସାଥୀ ଏହି ଏଜେଣ୍ଟ୍କୁ ଲଗାଏ ତେବେ ସେଠାରୁ କିଛି ପ୍ରମାଣ ମିଳିବାର ସମ୍ଭାବନା ଥାଏ। ଫଳରେ ପ୍ରମାଣ ଆଧାରରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଭାକ୍ରେସାସେୟାଙ୍କର ସେବା ବହୁତ ମହଙ୍ଗା। ତେଣୁ ଅଧିକାଂଶ ଲୋକ ଏହାର ସହାୟତା ନେଇ ପାନ୍ତି ନାହିଁ। କାର୍ଯ୍ୟ ଆଧାରରେ ଟଙ୍କା ନିର୍ଣ୍ଣୟ କରାଯାଏ। କାମ କରିବାକୁ ଯେତେ ସମୟ ଏବଂ ପରିଶ୍ରମ ଆବଶ୍ୟକ ହୁଏ, ସେତେ ଅଧିକ ଟଙ୍କା ଦାବି କରାଯାଏ। ଆଉ ମଧ୍ୟ ଜଣେ ଯେତେ ଅଧିକ ସୂଚନା ଚାହିଁବେ ସେତେ ଅଧିକ ଦେୟ ଆଦାୟ କରାଯାଏ।