Categories: ବାଣିଜ୍ୟ

ଅକ୍ଟୋବର ୮ରୁ ଏଜିଆଇଏଫ୍‌

ଭୁବନେଶ୍ୱର, ୩।୧୦: ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍‌ର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍‌ ଇଭେଣ୍ଟ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ (ଏଜିଆଇଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫେଷ୍ଟିଭାଲ ୨୦୨୩ ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆମାଜନର ପ୍ରାଇମ୍‌ ସଦସ୍ୟମାନଙ୍କୁ ୨୪ ଘଣ୍ଟା ପୂର୍ବରୁ ପ୍ରାକ୍‌ ଆକ୍ସେସର ସୁବିଧା ପ୍ରଦାନ କରାଯାଉଛି। ବିଶେଷ କରି ଗ୍ରାହକମାନେ ଏଥିରେ ଉପଲବ୍ଧ ଥିବା ବ୍ୟାପକଶ୍ରେଣୀୟ ଉତ୍ପାଦ ଉପରେ ଆକର୍ଷଣୀୟ ମୂଲ୍ୟ ଓ ସୁବିଧାରେ ଅତୁଳନୀୟ ଡିଲର ସୁବିଧା ଦ୍ୱାରଦେଶରେ ପାଇପାରିବେ। ଏପରିକି ଗ୍ରାହକମାନେ ୨୫,୦୦୦ରୁ ଅଧିକ ଉତ୍ପାଦ ଉପରେ କିକ୍‌ ଷ୍ଟାର୍ଟର ଡିଲ୍‌ ମାଧ୍ୟମରେ ଅକ୍ଟୋବର ୬ ପର୍ଯ୍ୟନ୍ତ ପ୍ରାରମ୍ଭିକ ଆକ୍ସେସ୍‌ ପାଇପାରିବେ।
ଏ ସମ୍ପର୍କରେ ଆମାଜନର ଭାଇସ୍‌ ପ୍ରେସିଡେଣ୍ଟ ଓ କଣ୍ଟ୍ରି ମ୍ୟାନେଜର, ଇଣ୍ଡିଆ କଞ୍ଜ୍ୟୁମର ବିଜନେସ୍‌ ମନୀଷ୍‌ ତିୱାରୀ କହିଛନ୍ତି, ଆମେ ସାରା ଭାରତରେ ଆମର ପ୍ରିୟ ଗ୍ରାହକମାନଙ୍କ ପାଇଁ ‘ବକ୍ସ ଅଫ୍‌ ହାପିନେସ୍‌’ ନେଇ ଆସିଛୁ।

Share