ଆଜିଓର ‘ବିଗ୍‌ ବୋଲ୍ଡ ସେଲ୍‌’

ଭୁବନେଶ୍ୱର,୩୦।୫: ଦେଶର ପ୍ରମୁଖ ଇ-କମର୍ସ ତଥା ପ୍ରିମିୟର ଫେଶନ ଇ-ଟେଲର ଆଜିଓ ପକ୍ଷରୁ ବ୍ରାଣ୍ଡ୍‌ର ଫ୍ଲାଗଶିପ୍‌ ଇଭେଣ୍ଟ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ ୨୦୨୩ ଜୁନ୍‌ ୧ରୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଆରମ୍ଭ ହେଉଛି। ବିଶେଷ କରି ଏହାର ଗ୍ରାହକମାନେ ପ୍ରତିଦିନ ୬ ଘଣ୍ଟା ପୂର୍ବରୁ ପ୍ରାରମ୍ଭିକ ଆକ୍ସେସର ସୁବିଧା ପାଇପାରିବେ, ଯାହାକି ୨୦୨୩ ମେ ୨୮ ଠାରୁ ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ବିଗ୍‌ ବୋଲ୍ଡ ସେଲ୍‌ (ବିବିଏସ)ର ସର୍ବବୃହତ ସଂସ୍କରଣରେ ଗ୍ରାହକମାନେ ୫୦୦୦ରୁ ଅଧିକ ବ୍ରାଣ୍ଡ୍‌ର ସାମଗ୍ରୀ ସୁଲଭ ମୂଲ୍ୟରେ କିଣାକିଣି କରିପାରିବେ। ସେହିଭଳି ଉକ୍ତ ସେଲ ଜରିଆରେ ୧.୩ ମିଲିୟନ୍‌ର ଆକର୍ଷଣୀୟ ଫେଶନ ଷ୍ଟାଇଲ ଉପଲବ୍ଧ। ଅପରପକ୍ଷରେ ସାରା ଭାରତରେ ଥିବା ବିବିଏସର ୧୯,୦୦୦+ ପିନ୍‌ କୋଡ୍‌ର ଗ୍ରାହକମାନଙ୍କୁ ଉକ୍ତ ସୁବିଧା ବ୍ରାଣ୍ଡ୍‌ ଯୋଗାଇ ଦେବ। ଫଳରେ ଗ୍ରାହକମାନେ ମଧ୍ୟ ଏଥିରେ ଅଧିକ ସଞ୍ଚୟ କରିପାରିବେ ଓ ଟପ୍‌ ବ୍ରାଣ୍ଡ୍‌ ଓ ବର୍ଗ ଉପରେ ୫୦ରୁ ୯୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇପାରିବେ। ଯେଉଁଥିରେ ମଧ୍ୟ ଏସବିଆଇ କ୍ରେଡିଟ୍‌ ଓ ଡେବିଟ୍‌କାର୍ଡ଼ରେ ୧୦%ର ଅତିରିକ୍ତ ଡିସ୍‌କାଉଣ୍ଟ ସୁବିଧା ରହିଛି।
ଏ ସମ୍ପର୍କରେ ଆଜିଓର ସିଇଓ ବିନୀତ ନାୟାର କହିଛନ୍ତି, ଗତ ସଂସ୍କରଣଗୁଡ଼ିକରେ ଆଜିଓ ବିଗ୍‌ ବୋଲ୍ଡ ସେଲ୍‌ ଭାରତର ପ୍ରିୟ ଫେଶନ କାର୍ଯ୍ୟକ୍ରମ ଓ ଆମର ଗ୍ରାହକମାନେ ଏହାକୁ ବହୁତ ପସନ୍ଦ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

ଓଡ଼ିଶାରେ ଅଟୋମେଟେଡ୍‌ ଇ-ଷ୍ଟାମ୍ପିଙ୍ଗ୍‌ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୨୪।୧୨: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବିଫ୍ଟ ଇଣ୍ଡିଆର ପ୍ଲାଟ୍‌ଫର୍ମରେ ଷ୍ଟକ ହୋଲ୍ଡିଙ୍ଗ୍‌ ସହ ସହଭାଗିତାରେ ଇଲେକ୍‌ଟ୍ରୋନିକ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଅଟୋମେଟେଡ ଇ-ଷ୍ଟାମ୍ପିଙ୍ଗ୍‌ (ଏଇଏସ୍‌) ସଲ୍ୟୁଶନର...

ବେଦାନ୍ତର ଅଗ୍ନି ନିରାପତ୍ତା ତାଲିମ ଶିବିର

ଭୁବନେଶ୍ୱର,୨୪।୧୨ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଅଗ୍ନି ଜାଗରୁକତା ପଦକ୍ଷେପ ଅଧୀନରେ ଏକ ତାଲିମ ଶିବିର ‘ଅଗ୍ନି ନରାପତ୍ତା ତାଲିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri