ଯୋଗୀସର୍ଡ଼ାରେ ଉତ୍ତେଜନା: ଏସ୍‌ଡିପିଓ, ଆଇଆଇସିଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଲୋଇସିଂହା,୨୬।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଯୋଗୀସର୍ଡ଼ା ଗ୍ରାମରେ ଏକ ଦୋକାନ ଗୃହ ପୋଡ଼ି ଘଟଣାରେ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗାଁ ଉତ୍ତେଜନା ପ୍ରକାଶ ପାଇଛି। ରବିବାର ସନ୍ଧ୍ୟାରେ ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାଶୁଝା ପାଇଁ ଗାଁକୁ ଆସିଥିବା ଏସ୍‌ଡିପିଓ ପ୍ରଦୀପ ସାହୁ ଓ ଆଇଆଇସି ଯାଜ୍ଞସିନୀ ନାୟକ, ଅନୀତା ପଧାନଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।

ଗିରଫ ବ୍ୟକ୍ତିଙ୍କୁ ଛାଡ଼ିବା ଦାବିରେ ଗ୍ରାମର ମହିଳା ଓ ପୁରୁଷ ମନ୍ଦିର ଛକରେ ଯୋଗୀସର୍ଡା -ବାଦିବାହାଲ ରାସ୍ତାରେ ଗଛ ପକାଇ ଏସ୍‌ଡିପିଓଙ୍କ ଗାଡ଼ି ଆଗରେ ମହିଳାମାନେ ବସି ପ୍ରତିବାଦ ଜାରି ରଖିଛନ୍ତି। ଏନେଇ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଛକପଞ୍ଝା ଲାଗି ରହିଛି।

ପ୍ରକାଶ ଯେ, ଗ୍ରାମର ଯୋଗେଶ୍ୱର ପୀଠ ବିକାଶ ଓ ସୌନ୍ଦର୍ଯ୍ୟ କାମ ପାଇଁ ରାଜ୍ୟ ସରକାର ପ୍ରାୟ ୪ କୋଟି ଅନୁଦାନ ଦେଇଛନ୍ତି। ହେଲେ ଧାର୍ଯ୍ୟ ସମୟ ଗଡ଼ି ଯାଇଥିଲେ ସୁଦ୍ଧା ଜବରଦଖଲ ଯୋଗୁ କର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଗ୍ରାମବାସୀ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନିଜେ ହାତକୁ ନେଇଥିଲେ। ଦୋକାନୀଙ୍କ ପ୍ରତିବାଦ ଯୋଗୁ ଜବର୍‌ଦଖଲ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଶନିବାର ସନ୍ଧ୍ୟାରେ ଗ୍ରାମର ତ୍ରିନାଥ ସାହୁ ତାଙ୍କ ଦୋକାନକୁ ଗ୍ରାମବାସୀ ପୋଡ଼ି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଅପ୍ରୀତିକର ଘଟଣାକୁ ଏଡାଇବା ପାଇ ପୋଲିସ ଫୋର୍ସ ଗାଁରେ ମୁତୟନ କରାଯାଇଛି। ଅପରପକ୍ଷେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ପ୍ରତିପକ୍ଷର ୩ଜଣଙ୍କୁ ଉଠାଇ ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପରେ ଏବେ ରାଇପାହାଡ଼: ଆନ୍ଧ୍ରରେ ମିଶିବାକୁ ସୀମାନ୍ତବାସୀଙ୍କ ଇଚ୍ଛା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରର ଅନୁପ୍ରବେଶ ଓ ବିସ୍ତାରବାଦୀ ନୀତି ପାଇଁ ସମସ୍ତଙ୍କ ନଜର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ରହିଛି। ରାଜ୍ୟ...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ୨୦୦୮ରୁ ରହିଆସୁଥିବା କମିଶନରେଟ୍‌ ପୋଲିସର ସୂଚନା

ଭୁବନେଶ୍ୱର,୨୬ା୪: ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ସୂଚନା ମିଳିଛି। ଦୀର୍ଘମିଆଦୀ ଭିଜାରେ ୨୦୦୮ରୁ ସେ ଭୁବନେଶ୍ବରରେ ରହିଆସୁଛନ୍ତି। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image