Categories: ଜାତୀୟ

ଅଗ୍ନିପଥ ନିଆଁ, ୫୩୯ ଟ୍ରେନ୍‌ ଚଳାଚଳ ବ୍ୟାହତ, ୧୮୧ ଏକ୍ସପ୍ରେସ୍‌ ବାତିଲ…

ନୂଆଦିଲ୍ଲୀ, ୨୦।୬ : ଅଗ୍ନିପଥ ଯୋଜନା ବିରୋଧରେ ଦେଶ ବ୍ୟାପି ଭାରତ ବନ୍ଦ ଡାକରାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଚକାଜାମ୍‌ ଯୋଗୁ ଭାରତୀୟ ରେଲଓ୍ବେ ପକ୍ଷରୁ ୧୮୧ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହା ସହିତ ୩୪୮ ଯାତ୍ରୀବାହୀ ଟ୍ରେନ ମଧ୍ୟ ବାତିଲ କରାଯାଇଛି।

ରେଳ ମନ୍ତ୍ରଣାଳୟ କହିଛି ଯେ ଏହା ବ୍ୟତୀତ ୪ ଟି ମେଲ ଏକ୍ସପ୍ରେସ ଏବଂ ୬ ଟି ପାସେଞ୍ଜର ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି। କୌଣସି ଟ୍ରେନର ଗତିପଥ ବଦଳାଯାଇ ନାହିଁ। ଭାରତ ବନ୍ଦ ଯୋଗୁ ମୋଟ ୫୩୯ ଟ୍ରେନ୍‌ ଚଳାଚଳ ଉପରେ ପ୍ରଭାବ ଅନୁଭୁତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଟ୍ରେନ ଚଳାଚଳ ବ୍ୟାହତ ହେବାରୁ ଯାତ୍ରୀମାନେ ହଟହଟା ହେବାରେ ଲାଗିଛନ୍ତି। ସେମାନେ ଗନ୍ତବ୍ୟସ୍ଥଳରେ ନ ପହଞ୍ଚି ଅଧା ବାଟରେ ଅଟକି ରହିଛନ୍ତି।

Share