Categories: ଜାତୀୟ

ଜୁନ୍‌ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସରକାର ସେନା ନିଯୁକ୍ତିରେ ବୟସ ସୀମା ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ପାଇଁ, ୨୧ ପରିବର୍ତ୍ତେ, ୨୩ ବର୍ଷ ପର୍ଯ୍ୟନ୍ତ ଯୁବକମାନେ ଅଗ୍ନିପଥ ଯୋଜନା ଅଧୀନରେ ଆବେଦନ କରିପାରିବେ।
ଅନେକ ରାଜ୍ୟରେ ଚାଲିଥିବା ବିରୋଧ ମଧ୍ୟରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଘୋଷଣା କରି ଖୁସି ଯେ ଚଳିତ ବର୍ଷ ନିଯୁକ୍ତି ପାଇଁ ବୟସ ସୀମା ୨୩ ବର୍ଷକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଯୁବକମାନେ ଉପକୃତ ହେବେ। ଭାରତୀୟ ବାୟୁସେନା ପାଇଁ ନିଯୁକ୍ତି ପ୍ରକ୍ରିୟା ଜୁନ ୨୪ରୁ ଆରମ୍ଭ ହେବ।

Share