Categories: ଜାତୀୟ

ଅଗ୍ନିପଥ ଯୋଜନା ହିଂସା: ପୋଲିସର ସମନ ଭୟରେ ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୧୩।୮: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦର ରେଳ ଷ୍ଟେଶନରେ ଜୁନ ୧୭ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଅଗଷ୍ଟ ୩ରେ ଥାନାରେ ହାଜର ହେବାକୁ ଏକ ସମନ ଜାରି କରିଥିଲା। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇପଡ଼ି ଅଗଷ୍ଟ ୯ରେ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏନେଇ ସେ ତାଙ୍କ ଭାଇଙ୍କୁ ଫୋନ୍‌ରେ ମେସେଜ୍‌ କରିଥିବା ନେଇ ଉକ୍ତ ଯୁବକଙ୍କ ଭାଇ ପୋଲିସକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ପୋଲିସ ଯୁବକ ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଆରମ୍ଭ କରିଛି।

Share