Posted inଜାତୀୟ

‘ଅଗ୍ନିବୀର’ ନିଯୁକ୍ତି ପାଇଁ ଅଧିସୂଚନା ଜାରି

ନୂଆଦିଲ୍ଲୀ,୨୦।୬: ସେନାବାହିନୀରେ ନୂତନ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟ ପଟେ ସୋମବାର ନୂତନ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ନୂତନ ନିଯୁକ୍ତି ପାଇଁ ପଞ୍ଜୀକରଣ ଜୁଲାଇରୁ ଆରମ୍ଭ ହେବ।
ଏହି ନିଯୁକ୍ତି ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ବାଧ୍ୟତାମୂଳକ ଭାବରେ ଅନଲାଇନ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର JOININDIANARMY.NIC.IN ର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ଆବେଦନ କରିବାକୁ ସମର୍ଥ ହେବେ। ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୨୦୨୨ରୁ ଆରମ୍ଭ ହେବ।
ସ୍ଥଳ ସେନାରେ ୬ଟି ବିଭିନ୍ନ ବର୍ଗର ଅଗ୍ନିବୀର ନିଯୁକ୍ତ ହେବେ। ଏହି ବର୍ଗଗୁଡ଼ିକ ହେଉଛି- ୧. ଜେନେରାଲ ଡ୍ୟୁଟି, ୨-ଟେକ୍ନିକାଲ, 3-ଟେକ୍ନିକାଲ(ଆଭିଏସନ/ଆମ୍ମୁନିସନ ପରୀକ୍ଷକ), ୪-କ୍ଲର୍କ/ଷ୍ଟୋରକିପର, ୫-ଟ୍ରେଡସମ୍ୟାନ ଟେକ୍ନିକାଲ-ଦଶମ ପାସ, ୬-ଟ୍ରେଡ୍ସମ୍ୟାନ ଜେନେରାଲ (ଅଷ୍ଟମ ପାସ)

ନିଯୁକ୍ତି ପ୍ରକ୍ରିୟା ତିନୋଟି ପର୍ଯ୍ୟାୟରେ ହେବ

-ଫିଜିକାଲ ପରୀକ୍ଷା
-ମେଡିକାଲ ପରୀକ୍ଷା
-ଲିଖିତ ପରୀକ୍ଷା

ଭାରତୀୟ ସେନା ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅଗ୍ନିବୀର ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ପ୍ରଥମ ବର୍ଷରେ ୩୦,୦୦୦ ଟଙ୍କା, ଦ୍ୱିତୀୟ ବର୍ଷରେ ୩୬,୦୦୦, ତୃତୀୟ ବର୍ଷରେ ୩୬,୫୦୦ ଏବଂ ଚତୁର୍ଥ ବର୍ଷରେ ୪୦,୦୦୦ ଟଙ୍କା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

‘ଆମ ଆଦମୀ ପାର୍ଟି ଲଢିବ ନାହିଁ MCD ମେୟର ନିର୍ବାଚନ’,ଆତିଶୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଆତିଶୀ ଦିଲ୍ଲୀ MCD ମେୟର ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image