Categories: ଜାତୀୟ

ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ ଯୋଜନା’: ଏଫଆଇଆର୍‌ ଥିବା ଯୁବକଙ୍କୁ ମିଳିବନି ଚାକିରି

ନୂଆଦିଲ୍ଲୀ,୧୯।୫: ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପକ୍ଷରୁ ରବିବାର ମିଳିତ ଖବରଦାତା ସମ୍ମିଳନୀ କରି ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ସାମରିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ, ବହୁ ଯୋଜନା ପରେ ଏହି ଯୋଜନା ଅଣାଯାଇଛି। ଏହି ଯୋଜନା ଉପରେ ଆଲୋଚନା ଦୁଇ ବର୍ଷ ଧରି ଚାଲିଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କ ଉତ୍ସାହ ମଧ୍ୟରେ ଏକ ସମନ୍ବୟ ସୃଷ୍ଟି କରିବା। ଅଗ୍ନିପଥ ଯୋଜନା ଯୁବକମାନଙ୍କ ପାଇଁ ଲାଭଦାୟକ। ସମସ୍ତ ଅଗ୍ନିବୀର ସାଧାରଣ ସୈନିକଙ୍କ ପରି ଲାଭ ପାଇବେ। ଅଧିକ ଭତ୍ତା ଏବଂ ସୁବିଧା ପାଇବେ। ଏହି ଯୋଜନା ଯୁବପିଢିଙ୍କ ଭବିଷ୍ୟତ ପାଇଁ ଏକ ସୁଚିନ୍ତିତ ପଦକ୍ଷେପ।
ସାରା ଦେଶରେ ଚାଲିଥିବା ବିରୋଧକୁ ନେଇ ସେନା ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ଛାତ୍ରମାନଙ୍କଠାରୁ ପ୍ରସ୍ତୁତି ଟଙ୍କା ନେଇଥିବା କିଛି ଅନୁଷ୍ଠାନ ସେମାନଙ୍କୁ ଉତ୍ତେଜିତ କରୁଛନ୍ତି। ସେନା ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଯଦି କୌଣସି ଯୁବକଙ୍କ ବିରୋଧରେ ଏଫଆଇଆର୍‌ ଥାଏ, ତେବେ ତାଙ୍କୁ ସେନାରେ ଯୋଗଦେବାର ସୁଯୋଗ ଦିଆଯିବ ନାହିଁ।
ଏଥି ସହିତ ସେନା ଏହି ତିନୋଟି ସେବାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାର ତାରିଖ ଘୋଷଣା କରିଛି। ଏହାର ନିଯୁକ୍ତି ପ୍ରକ୍ରିୟା ଜୁଲାଇ ୧ରୁ ଆରମ୍ଭ ହେବ। ଏଥି ସହିତ, ବାୟୁସେନାର ନିଯୁକ୍ତି ପ୍ରକ୍ରିୟା ଜୁନ ୨୪ରୁ ଆରମ୍ଭ ହୋଇଥିବାବେଳେ ନୌସେନାର ନିଯୁକ୍ତି ପ୍ରକ୍ରିୟା ଜୁନ ୨୫ରୁ ଆରମ୍ଭ ହେବ।

Share