Categories: ଜାତୀୟ

ସୁପ୍ରିମ୍‌କୋର୍ଟରେ ଅଗ୍ନିପଥ ଯୋଜନା, ଆଗାମୀ ସପ୍ତାହରେ ଶୁଣାଣି…

ନୂଆଦିଲ୍ଲୀ, ୪।୭ : ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି।

ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେ.କେ, ମହେଶ୍ୱରୀ କହିଛନ୍ତି ଯେ ଗ୍ରୀଷ୍ମ ଛୁଟି ପରେ ସର୍ବୋଚ୍ଚ ନ୍ୟାୟାଳୟ ଖୋଲିବା ପରେ ଆସନ୍ତା ସପ୍ତାହରେ ଉପଯୁକ୍ତ ବେଞ୍ଚ ସମ୍ମୁଖରେ ଏହି ଆବେଦନକୁ ସୂଚିବଦ୍ଧ କରାଯିବ। ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ।

ଏହି ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଦୁଇ ବର୍ଷ ଧରି ବାୟୁସେନାରେ ନିଯୁକ୍ତିକୁ ଅପେକ୍ଷା କରିଥିବା ଆଶାୟୀମାନେ ଆଶଙ୍କା କରୁଛନ୍ତି ଯେ ସେମାନଙ୍କର ୨୦ ବର୍ଷର କ୍ୟାରିୟର ଚାରି ବର୍ଷରେ ଶେଷ ହୋଇଯିବ। ଆବେଦନରେ କୁହାଯାଇଛି ଯେ ୨୦୧୭ରେ ୭୦ ହଜାରରୁ ଅଧିକ ଆଶାୟୀଙ୍କୁ ତାଲିମ ଦିଆଯାଇଥିଲା। ତାଲିମ ପରେ ଆଶାୟୀମାନଙ୍କୁ ନିଶ୍ଚିତ କରାଯାଇଥିଲା ଯେ ନିଯୁକ୍ତି ପତ୍ର ମିଳିବ। କିନ୍ତୁ ବର୍ତ୍ତମାନ ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରେ ସେମାନଙ୍କ କ୍ୟାରିୟର ବିପଦରେ ପଡ଼ିଛି।

ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟର ବେଞ୍ଚ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରେ ଶୁଣାଣି ପାଇଁ ଏହି ଆବେଦନପତ୍ର ତାଲିକାଭୁକ୍ତ ହୋଇଛି ବୋଲି ବେଞ୍ଚ କହିଛନ୍ତି।

Share