Categories: ଜାତୀୟ

ଅଗ୍ନିପଥ: ବାୟୁସେନାରେ ୯୪ ହଜାର ଆବେଦନ

ନୂଆଦିଲ୍ଲୀ, ୨୮।୬: ସେନାରେ ଠିକା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ରେ ୪ ଦିନରେ ୯୪,୨୮୧ ଜଣ ଆବେଦନ କରିଛନ୍ତି। ଶୁକ୍ରବାର ଆରମ୍ଭ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ। ରବିବାର ସୁଦ୍ଧା ଆଇଏଫ୍‌ ନିକଟକୁ ୫୬,୯୬୦ ଆବେଦନ ଆସିଥିଲା। ଜୁନ୍‌ ୧୪ରେ କେନ୍ଦ୍ର ସରକାର ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିଲେ।

Share