Categories: ଜାତୀୟ

ଅଗ୍ନିପଥ ସ୍କିମରୁ ମୁହଁ ଫେରାଉଛନ୍ତି ଯୁବବର୍ଗ, ଅଧାରୁ ପ୍ରଶିକ୍ଷଣ ଛାଡୁଥିବା ଅଗ୍ନିବୀରଙ୍କୁ ଦେବାକୁ ପଡିବ ଖର୍ଚ୍ଚ ହୋଇଥିବା ଅର୍ଥ

ନୂଆଦିଲ୍ଲୀ,୯।୭: ଭାରତୀୟ ସେନାର ଅଗ୍ନିପଥ ସ୍କିମରେ ଖୁବଶୀଘ୍ର ଅଗ୍ନିବୀର ଭିନ୍ନ ଭିନ୍ନ ୟୁନିଟରେ ସାମିଲ ହେବାକୁ ଯାଉଛନ୍ତି। ପ୍ରଥମ ବ୍ୟାଚର ପ୍ରଶିକ୍ଷଣ ଶେଷ ହୋଇଛି। ଏବେ ଦ୍ୱିତୀୟ ବ୍ୟାଚର ଟ୍ରେନିଂ ଆରମ୍ଭ ହୋଇଯାଇଛି। ଆସନ୍ତା ମାସରେ ପ୍ରଥମ ବ୍ୟାଚ ଭାରତୀୟ ସେନାରେ ଯୋଗଦେବେ। ହେଲେ ଅନେକ ଯୁବକ ଟ୍ରେନିଂ ଅଧାରୁ ଛାଡି ଚାଲିଯାଇଛନ୍ତି । କୁହାଯାଉଛି କି ବିଭିନ୍ନ କାରଣ ଦର୍ଶାଇ ଟ୍ରେନିଂ ସମୟରୁ ଛାଡିଦେଇଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ତାଲିମ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ସେମାନଙ୍କଠାରୁ ଆଦାୟ କରାଯିବ।
ବର୍ତ୍ତମାନ ସେନାବାହିନୀରେ ତାଲିମ ଛାଡିବାକୁ କୌଣସି ନିୟମ ନାହିଁ, କିନ୍ତୁ ବର୍ତ୍ତମାନ ଏହାକୁ ରୋକିବା ପାଇଁ ସରକାର ନୂଆ ନିୟମ ଆଣିବାକୁ ଚିନ୍ତା କରୁଛନ୍ତି।
ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ଟ୍ରେନିଂ ମଧ୍ୟଭାଗରୁ ବିଦାୟ ନେଉଛନ୍ତି ସେମାନଙ୍କଠାରୁ ତାଲିମ ପାଇଁ ଖର୍ଚ୍ଚ ବହନ କରାଯିବ। ରିପୋର୍ଟରେ ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ପ୍ରଥମ ବ୍ୟାଚରେ ୫୦ରୁ ଅଧିକ ଯୁବକ ମଧ୍ୟଭାଗରେ ଟ୍ରେନିଂ ଛାଡିଥିଲେ ଏବଂ ଦ୍ୱିତୀୟ ବ୍ୟାଚରେ ମଧ୍ୟ ସ୍ଥିତି ସମାନ। ସେ କହିଛନ୍ତି ଯେ ତାଲିମ ପାଇଁ ହୋଇଥିବା ଖର୍ଚ୍ଚ ଯୁବକମାନଙ୍କଠାରୁ ଆଦାୟ ହେବ, ଏହି ଉପାୟରେ କେବଳ ସେହି ଯୁବକମାନେ ଯେଉଁମାନେ ସେନାରେ ଯୋଗଦେବାକୁ ଗମ୍ଭୀର ଅଛନ୍ତି, ସେମାନେ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବେ।

Share