Categories: ଜାତୀୟ

ସିକନ୍ଦରାବାଦ୍ ହିଂସା ଘଟଣା: ମାଷ୍ଟରମାଇଣ୍ଡ ଗିରଫ

ସିକନ୍ଦରାବାଦ୍‌,୧୯।୬: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଳ ଷ୍ଟେଶନରେ ଘଟିଥିବା ହିଂସା ଘଟଣାରେ ପୂର୍ବତନ ସେନା କର୍ମଚାରୀ ଅବୁଲା ସୁବା ରାଓଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଗିରଫ କରିଛି।
ପୋଲିସର ସୂଚନାନୁସାରେ, ସୁବା ରାଓ ସିକନ୍ଦରାବାଦ୍‌ ହିଂସାର ପ୍ରକୃତ ମାଷ୍ଟରମାଇଣ୍ଡ। ସେ ଜନତାଙ୍କୁ ଏକତ୍ରିତ କରିବା ପାଇଁ ଏକ ହ୍ବାଟସଆପ୍‌ ଗ୍ରୁପ ଗଠନ କରିଥିଲେ। ଗତ ଶୁକ୍ରବାର ହୋଇଥିବା ହିଂସାକାଣ୍ଡରେ ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ ଅନେକ ଟ୍ରେନ ଜାଳି ଦେଇଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଫାୟାରିଂ କରିବାକୁ ପଡିଥିଲା। ଏଥିରେ ରାକେଶ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Share