Categories: ଜାତୀୟ

‘ଅଗ୍ନିପଥ‘ ଯୋଜନାକୁ ବିରୋଧ ସତ୍ତ୍ୱେ ବାୟୁସେନାରେ ଚୟନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨୪ ।୬: କେନ୍ଦ୍ର ସରକାରଙ୍କ ଦ୍ୱାରା ସେନା ଭର୍ତ୍ତି ପ୍ରକ୍ରିୟାକୁ ନେଇ ଆସିଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରାଯିବା ପରେ ବି ଶୁକ୍ରବାରଠାରୁ ବାୟୁସେନାରେ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା କି ୨୪ ଜୁନରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରାଯିବ । ଯୁବା ଅଗ୍ନିପଥ ଯୋଜନା ଆଧାରରେ ଶୁକ୍ରବାର ଅର୍ଥାତ୍ ୨୪ ଜୁନରୁ ନିଜର ରେଜିଷ୍ଟ୍ରେଶନ କରିପାରିବେ । ଏହି ସମସ୍ତ ପ୍ରୋସେସ ୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅନଲାଇନ ପରୀକ୍ଷା ଆୟୋଜନ କରାଯିବ । ଏହାପରେ ମନୋନୀତ ପ୍ରାର୍ଥିଙ୍କୁ ଭାରତୀୟ ବାହୁସେନାରେ କାମ କରିବାର ସୁଯୋଗ ମିଳିବ ।

ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନାରେ ରେଜିଷ୍ଟ୍ରେଶନ କରିଥିବା ପ୍ରାର୍ଥିଙ୍କୁ ୨୪ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ଅନଲାଇନ ପରୀକ୍ଷା ଦେବାକୁ ପଡିବ । ଏହାପରେ ୨୧ ଅଗଷ୍ଟରୁ ୨୮ ଅଗଷ୍ଟ ମଧ୍ୟରେ ଫିଜିକାଲ ଫିଟନେସ ଟେଷ୍ଟ କରାଯିବ । ୨୯ ଅଗଷ୍ଟରୁ ୮ନଭେମ୍ବର ମଧ୍ୟରେ ମେଡିକାଲ ଟେଷ୍ଟ କରାଯିବ । ଯେଉଁ ପ୍ରାର୍ଥି ଏ ସମସ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ ତାଙ୍କ ନାମ ୧ ଡିସେମ୍ବର ୨୦୨୨ରେ ଘୋଷଣା କରାଯିବ । ଏହାପରେ ୩୦ ଡିସେମ୍ବରରୁ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଯିବ ।

Share