Posted inଜାତୀୟ

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ ରଦ୍ଦ କରିବାକୁ ଦାବି କରି ଆସୁଛି। ନିର୍ବାଚନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମତାକୁ ଆସିଲେ ଏହି ଯୋଜନାକୁ ପୁରା ବନ୍ଦ କରିବାକୁ କହି ସାରିଛନ୍ତି। ତେବେ ନିର୍ବାଚନ ପରେ ହୋଇଥିବା ସ୍ବତନ୍ତ୍ର ଅଧିବେଶନରେ ରାହୁଲ ଅଗ୍ନିବୀର ଯୋଜନାକୁ ନେଇ ସରକାରଙ୍କୁ ଘେରିଥିଲେ। ଭାରତୀୟ ଯବାନଙ୍କ ପରି ଅଗ୍ନିବୀରଙ୍କୁ ଶହୀଦ ମାନ୍ୟତା ମିଳେ ନାହିଁ ଯାହାକୁ ନେଇ ରାହୁଲ ମୋଦି ସରକାରଙ୍କୁ ତୁହାକୁ ତୁହା ଆକ୍ରମଣ କରିଥିଲେ। ରାହୁଲ ଦାବି କରିଥିଲେ ଯେ, କୌଣସି ଅଗ୍ନିବୀରଙ୍କୁ ପେନଶନ ବା ଭତ୍ତା ଦିଆଯାଉ ନାହିଁ। ତେବେ ରାହୁଲ କରିବଥିବା ଦାବି କ’ଣ ସତ? ଆସନ୍ତୁ ଜାଣିବା ଯବାନ ଓ ଅଗ୍ନିବୀରଙ୍କ ଭିତରେ କ’ଣ ପ୍ରାର୍ଥକ୍ୟ ରହିଛି।

ସବୁଠାରୁ ପ୍ରଥମ ପ୍ରଶ୍ନ ମନକୁ ଆସିଥାଏ କି, ଯବାନ ଓ ଅଗ୍ନିବୀରଙ୍କୁ କେତେ ବୀମା ମିଳିଥାଏ। ସୂଚନାଥାଉ କି, କୌଣସି ଯବାନଙ୍କ ମୃତ୍ୟୁକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଏ। କ୍ୟାଟୋଗରୀ ଏ, ବି, ସି, ଡି, ଇ। ସେହିପରି ଅଗ୍ନିବୀରଙ୍କ ମୃତ୍ୟୁକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଏ। କ୍ୟାଟୋଗରୀ ଏକ୍ସ, ଓ୍ବାଇ, ଜେଡ। ଡ୍ୟୁଟିରେ ଥିବାବେଳେ ମୃତ୍ୟୁ ହୋଇଥିଲେ ଯବାନଙ୍କୁ ଏ ଶ୍ରେଣୀରେ ରଖାଯାଏ। ଏହାକୁ ସୈନ୍ୟସେବାରେ ଯୋଡାଯାଇ ନ ଥାଏ। ଯବାନଙ୍କ ପରି ଅଗ୍ନିବୀରଙ୍କୁ ଏହା ଶ୍ରେଣୀ ଏକ୍ସରେ ରଖାଯାଇଥାଏ।

କୌଣସି ଦୁର୍ଘଟଣାରେ ମୃତ୍ୟୁ ହେଲେ ଯବାନଙ୍କୁ ଶ୍ରେଣୀ ବି ରେ ରଖାଯାଉଥିବାବେଳେ ଅଗ୍ନିବୀରଙ୍କୁ ଓ୍ବାଇରେ ରଖାଯାଏ। ଏହି ଦୁର୍ଘଟଣା ବି ଅନ ଡ୍ୟୁଟି ହୋଇଥିବା ଦରକାର। ସବୁଠାରୁ ବିଶେଷ ଶ୍ରେଣୀ ହେଲା ଡି, ଇ ଓ ଜେଡ୍‌। ଯେଉଁଥିରେ ଯବାନଙ୍କୁ ଶହୀଦ ମାନ୍ୟତା ମିଳିବା ସହ ସର୍ବୋଚ୍ଚ ବଳିଦାନ ପାଇଁ ସମ୍ମାନିତ କରାଯାଏ।

ତେବେ ଯଦି ବୀମା କଥା କହିବା ତ ଯବାନଙ୍କୁ ପ୍ରତି ମାସରେ ଆର୍ମି ଗ୍ରୁପ୍‌ ଇନସୁରାନ୍ସ ଫଣ୍ଡରେ ୫ହଜାର ଟଙ୍କା ଦେବାକୁ ପଡିଥାଏ। ଏହାଦ୍ୱାରା ଜରୁରୀ ସମୟରେ ଯବାନମାନେ ୫୦ଲକ୍ଷ ଟଙ୍କା ଯାଏଁ ସାହାଯ୍ୟ ମିଳି ପାରିବ। କିନ୍ତୁ ଅନ୍ୟପଟେ ଜଣେ ଅଗ୍ନିବୀରଙ୍କୁ ୪୮ଲକ୍ଷ ପର୍ଯ୍ୟନ୍ତ ବୀମା ମିଳିଥାଏ। କିନ୍ତୁ ତାଙ୍କଠାରୁ କୌଣସି ଟଙ୍କା ନିଆଯାଏ ନାହିଁ। ସେହିପରି କୌଣସି ସେନା ଅପରଶେନ ସମୟରେ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଗଲେ ତାଙ୍କୁ ୪୪ଲକ୍ଷ ପର୍ଯ୍ୟନ୍ତ କ୍ଷତି ପୂରଣ ରାଶି ମିଳିଥାଏ। ଅନ୍ୟପଟେ ଯବାନଙ୍କୁ ୨୫ରୁ ୪୫ଲକ୍ଷ ଯାଏଁ ମିଳିଥାଏ। କିନ୍ତୁ ଡ୍ୟୁଟିରେ ନ ଥିବାବେଳେ ଯଦି କୌଣସି ଅଗ୍ନିବୀର ଓ ଯବାନଙ୍କ ମୃତ୍ୟୁ ହୋଇଥାଏ ତେବେ ତାଙ୍କୁ କ୍ଷତି ପୂରଣ ମିଳେ ନାହିଁ। ଅଗ୍ନିବୀର କିମ୍ବା କୌଣସି ଯବାନ ଶହୀଦ ହେଲେ ଅଲଗା ସହାୟତା ରାଶି ଭାବେ ପରିବାରକୁ ୮ଲକ୍ଷ ମିଳିଥାଏ।

ଅଗ୍ନିବୀରଙ୍କୁ ପ୍ରତି ମାସକୁ ୩୦ରୁ ୪୦ହଜାର ଦରମା ମିଳିଥାଏ। ଏଥିସହ ସେବାନିବୃତ ପରେ ତାଙ୍କୁ ଭତ୍ତା ମଧ୍ୟ ମିଳିଥାଏ। ଚାକିରି ସମୟରେ ଅଗ୍ନିବୀରଙ୍କୁ ମାସିକ ଦରମାର ୩୦ଶତକଡା ଦେବାକୁ ପଡିଥାଏ। ସେହିପରି ଭାବରେ ସରକାର ମଧ୍ୟ କିଛି ଯୋଗଦାନ କରିଥା’ନ୍ତି। ପରେ ଅଗ୍ନିବୀରଙ୍କ ୪ବର୍ଷର ଚାକିରି ସରିବା ପରେ ତାଙ୍କୁ ୧୧.୭୧ଲକ୍ଷ ଟଙ୍କାର ପ୍ୟାକେଜ ମିଳିଥାଏ। ଏଥିରେ ଆୟକର ଛାଡ କରାଯାଇଥାଏ। ଡ୍ୟୁଟିରେ ମୃତ୍ୟୁ ହେଲେ ଯବାନଙ୍କୁ ସେହି ସମୟରେ ପୂର୍ଣ୍ଣ ଦରମା ମିଳିବା ସହିତ ସେବା ପାଣ୍ଠି ପ୍ୟାକେଜ ସହ ୧କୋଟି ଟଙ୍କା ମିଳିଥାଏ। ବିକଳାଙ୍ଗ ସ୍ଥିତିରେ ଯବାନଙ୍କୁ ୪୪ଲକ୍ଷ ଟଙ୍କା ମିଳିଥାଏ।

ତେବେ ଯବାନଙ୍କୁ ଅବସର ପରେ ପେନଶନ ମିଳିଥାଏ ହେଲେ ଅଗ୍ନିବୀରଙ୍କୁ ମିଳି ନଥାଏ।
ଚାରି ବର୍ଷ ପରେ ୨୫ ଶତକଡା ଅଗ୍ନିବୀର ଯଦି ସେନାରେ ଯୋଗ୍ୟ ହୁଅନ୍ତି ତେବେ ସେମାନେ ପେନଶନ ପାଇବାକୁ ଯୋଗ୍ୟ ସାବ୍ୟସ୍ତ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି...

ଅଦାଲତ ଅବମାନନା କରି ଘର ଭାଙ୍ଗିଲେ ନିର୍ମାଣ ନିର୍ଦ୍ଦେଶ ଦିଆଯିବ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରି ଯଦି ଅଧିକାରୀ କାହାର ଘର ଭାଙ୍ଗନ୍ତି, ତେବେ ତାଙ୍କୁ ଉକ୍ତ ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ...

ଆଜି ୯.୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନ ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୫ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଦେଶର ୯.୪ କୋଟିରୁ...

ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ

ଚଣ୍ଡିଗଡ଼,୫।୧୦: ହରିୟାଣା ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ ଗ୍ରହଣର ଅପେକ୍ଷାର ଅନ୍ତ ହୋଇଛି। ଶନିବାର ସକାଳୁ ସମସ୍ତ ୯୦ ଟି ଆସନ ପାଇଁ...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୦:ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି...

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri