Categories: ଜାତୀୟ

ଗୋଲାପଜାମୁକୁ ନେଇ ମହାଭାରତ: ୨ ଗୋଷ୍ଠୀ ମଧ୍ୟରେ ଲଢେଇ, ଅନେକ ଆହତ

ଲକ୍ଷ୍ନୌ,୨୧।୧୧: ବିବାହରେ ଡିଜେ କିମ୍ବା ନୃତ୍ୟକୁ ନେଇ ଝଗଡା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ, କିନ୍ତୁ ୟୁପିର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିବାହ ସମାରୋହରେ ଗୋଲାପଜାମୁକୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।
ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ଅନିଲ ଶର୍ମା କହିଛନ୍ତି, ଶ୍ୟାମସାବାଦ ସହରର ନୟାବନ୍ସ ରୋଡରେ ଅବସ୍ଥିତ ସନ୍ତୋଷୀ ମାତା ମନ୍ଦିର ନିକଟରେ ଏକ ବିବାହ ଉତ୍ସବରେ ଏକ ଭୋଜି ଚାଲିଥିଲା। ଏଥିରେ ଗୋଲାପଜାମୁ ଖାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗିଥିଲା। ପୋଲିସ ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।
ବିବାହ ଭୋଜି ସମୟରେ ଜଣେ ବ୍ୟକ୍ତି ଗୋଲାପଜାମୁ ନାହିଁ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।

Share