Posted inଜାତୀୟ

ରାମଲାଲାଙ୍କ ପ୍ରତିମା ପାଇଁ ପୋଷାକ ତିଆରି କରୁଛନ୍ତି ଆଗ୍ରାର ମହିଳା

ଲକ୍ଷ୍ନୌ,୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଉଦ୍‌ଘାଟନ କରିବେ। ଏଭଳିସ୍ଥିତିରେ ରାମଲାଲାଙ୍କ ପ୍ରତିମା ପାଇଁ ଆଗ୍ରାରେ ଜଣେ ମହିଳା ପୋଷାକ ତିଆରି କରୁଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଆଗ୍ରାର ଦୟାଲବାଗ ବାସିନ୍ଦା ଏକତା ନାମ୍ନୀ ଜଣେ ମହିଳା କହିଛନ୍ତି, ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଘୋଷଣା ପରଠୁ ସେ ରାମଲାଲାଙ୍କ ରେଶମ ଏବଂ ପଶମ ବସ୍ତ୍ର ତିଆରି ଆରମ୍ଭ କରି ଦେଇଛନ୍ତି। ସେ ତିଆରି କରିଥିବା ବସ୍ତ୍ର ଉଦ୍‌ଘାଟନୀ ଦିନ ରାମଲାଲାଙ୍କୁ ପିନ୍ଧାଇବା ଲାଗି ଚୟନ କରାଯିବ ବୋଲି ସେ ଆଶା କରିଛନ୍ତି। ଏପରିକି ପ୍ରତିମା ପାଇଁ ସେ ଏକାଧିକ ବସ୍ତ୍ର ତିଆରି କରିଥିବା କହିଛନ୍ତି। ଜାନୁୟାରୀ ୨୨ରେ ମନ୍ଦିର ଟ୍ରଷ୍ଟକୁ ଏହି ଉପହାର ପ୍ରଦାନ କରିବେ ବୋଲି ଏକତା କହିଛନ୍ତି। ଏପରିକି ପ୍ରାଣପ୍ରତିଷ୍ଠା ଦେଖିବା ଲାଗି ସେ ଏବଂ ତାଙ୍କ ପରିବାର ଲୋକେ ଅଯୋଧ୍ୟା ଯିବା ଲାଗି ପ୍ରସ୍ତୁତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିରେ ଗଦ୍‌ଗଦ୍‌ ଅଜିତ ପାଓ୍ବାର: ଭଣଜାଙ୍କୁ କହିଦେଲେ ଏମିତି କଥା

ପୁଣେ,୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜୟ ପରେ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଆତ୍ମବିଶ୍ୱାସ ଚରମ ସୀମାରେ ରହିଛି। ସେ ଭଣଜା ରୋହିତ ପାୱାରଙ୍କ ବିଜୟକୁ...

ପାର୍ଲାମେଣ୍ଟକୁ ସାଇକେଲରେ ଆସିଲେ ଟିଡିପି ଏମ୍‌ପି

ନୂଆଦିଲ୍ଲୀ,୨୫।୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ଅଧିବେଶନରେ ଯୋଗଦେବାକୁ ଟିଡିପି ଏମ୍‌ପି ଆପାଲା ନାଇଡୁ ସାଇକେଲରେ ଆସି ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ଏହି ଅବସରରେ...

୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…

ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ...

ଶୀତକାଳୀନ ଅଧିବେଶନ ଆରମ୍ଭରୁ ହୋ-ହଲ୍ଲା: ଗୃହକୁ ସ୍ଥଗିତ ରଖିଲେ ବାଚସ୍ପତି

ନୂଆଦିଲ୍ଲୀ,୨୫ା୧୧: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ ଆରମ୍ଭରେ ଲୋକ ସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି...

ଶୀତ ଅଧିବେଶନ ପୂର୍ବରୁ ବିପକ୍ଷଙ୍କୁ ଟାର୍ଗେଟ୍‌ କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଏବଂ ପରିବେଶ...

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ...

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri