Categories: ଜାତୀୟ

୮୧ ଦିନର ଆନ୍ଦୋଳନ ପରେ ଚାଲିଗଲା ଜୀବନ, ତଥାପି ଶୁଣିଲେନି

ଆଗ୍ରା, ୩।୧: ଉତ୍ତରପ୍ରଦେଶର ଆଗ୍ରା ଜିଲା ଅଧୀନ ଅଜିଜ୍‌ପୁରା ଓ ସିରୋଲି ଗ୍ରାମରେ ରାସ୍ତା ଓ ଉପଯୁକ୍ତ ଡ୍ରେନ୍‌ଜ୍‌ ବ୍ୟବସ୍ଥା ଦାବି କରି ୮୧ ଦିନ ହେଲା ଆନ୍ଦୋଳନ ଚଳାଇଥିବା ରାନି ଦେବୀ ରବିବାର ଆଖି ବୁଜିଛନ୍ତି।

ଆନ୍ଦୋଳନସ୍ଥଳରେ ତାଙ୍କ ସହ ଥିବା ଅନ୍ୟ ଜଣେ ମହିଳାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା ସଦର ମହକୁମାଠାରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଚଳାଇଥିଲେ। ସେମାନେ ଅନଶନରେ ବସିବା ସହ ଆଗାମୀ ବିଧାନସଭା ନିର୍ବାଚନ ବର୍ଜନ କରିବେ ବୋଲି କହିଥିଲେ। ବିକାଶ ନଗରର ରାନି (୪୮) ଅକ୍ଟୋବର ୧୩ରୁ ଆନ୍ଦୋଳନରେ ବସିରହିଥିଲେ। ରାନିଙ୍କ ମୃତ୍ୟୁ ପାଇଁ ତାଙ୍କ ପୁଅ ନୀରଜ ଜିଲା ପ୍ରଶାସନକୁ ଦାୟୀ କରିଛନ୍ତି।

Share