ଖରାପ ସମୟ ଦେଇ ଗତିକରୁଛି ପାକିସ୍ତାନ, ଆଇଏମ୍‌ଏଫ୍‌ରୁ ଋଣ ନେବାକୁ ସମସ୍ତ ସର୍ତ୍ତରେ ରାଜି

ଇସଲାମାବାଦ,୩୦ା୬: ପାକିସ୍ତାନ ଇତିହାସରେ ମୁଦ୍ରାସ୍ଫୀତିର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଯଦି ଏହା ଆଇଏମ୍‌ଏଫ୍‌ରୁ ଋଣ ନ ପାଏ ତେବେ ଏହି ଦେଶ ଯେକୌଣସି ସମୟରେ ଡିଫଲ୍ଟ ହୋଇପାରେ। ଲୋକମାନେ ଖାଦ୍ୟ ପାଉନାହାନ୍ତି, ଏଟିଏମ୍‌ରେ ଟଙ୍କା ନାହିଁ, ଚିକେନ୍‌ର ମୂଲ୍ୟ କିଲୋଗ୍ରାମ ପିଛା ୧୪୦୦ ଟଙ୍କା ଏବଂ ଖାସି ମାଂସ କିଲୋଗ୍ରାମରେ ପ୍ରାୟ ୮୫୦ ଟଙ୍କା, କ୍ଷୀରର ମୂଲ୍ୟ ଲିଟର ପିଛା ୨୩୦ଟଙ୍କାକୁ ବୃଦ୍ଧି ପାଇଛି। ଲୋକମାନେ ବଜାରରୁ ଖାଲି ହାତରେ ଫେରୁଛନ୍ତି। ନିକଟରେ ପାକିସ୍ତାନ ଏହାର କରାଚି ବନ୍ଦରର କିଛି ଅଂଶ ୟୁଏଇକୁ ୫୦ ବର୍ଷ ପାଇଁ ବିକ୍ରି କରିଛି ଏବଂ ଚାଇନାକୁ ଗଧ ଚମଡ଼ା ବିକ୍ରି କରୁଛି। ସଙ୍କଟକୁ ଦୂର କରିବା ପାଇଁ ଆମ ପଡ଼ୋଶୀ ଦେଶ ଆଇଏ୍‌ମ୍‌ଫ୍‌କୁ ନିରନ୍ତର ନିବେଦନ କରୁଛି। କିନ୍ତୁ ଏହି ଋଣ ପାଇଁ ସଂଗଠନ ବହୁତ କଠିନ ସର୍ତ୍ତ ରଖିଛି। ଏହି ସମସ୍ତ ସର୍ତ୍ତ ମାନିନେବାକୁ ପାକିସ୍ତାନ ବି ରାଜି ହୋଇଛି। କାରଣ ଏହା ନିକଟରେ କୌଣସି ବିକଳ୍ପ ନାହିଁ। ସବୁ ବନ୍ଧୁତ୍ୱପୂର୍ଣ୍ଣ ଦେଶ ଋଣ ଦେବାଠାରୁ ଦୂରେଇ ଯାଉଛନ୍ତି।

Share