Categories: ଜାତୀୟ

ସୈନ୍ୟ ପ୍ରତ୍ୟାହାର ଲାଗି ସହମତି

ନୂଆଦିଲ୍ଲୀ, ୨୬ା୧ (ପି.ଟି.): ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅନ୍ତର୍ଗତ ଅଞ୍ଚଳରେ ଦୀର୍ଘ ୯ ମାସ ହେଲା ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥତ୍ବାବେଳେ ଅଚଳାବସ୍ଥା ଦୂର ପାଇଁ ଉଭୟ ପକ୍ଷର ସେନା କମାଣ୍ଡର ସ୍ତରୀୟ ନବମ ପଯର୍ୟାୟ ବୈଠକ ଅନୁଷ୍ଠିତ ହୋଇଥତ୍ଲା। ଅ।ଲୋଚନା ସକାରାତ୍ମକ ତଥା ଗଠନମୂଳକ ହୋଇଥତ୍ବା ସରକାର କହିଛନ୍ତି। ସୀମାରେ ମୁତୟନ ଥତ୍ବା ଫ୍ରଣ୍ଟଲାଇନ ସୈନ୍ୟ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଉଭୟ ପକ୍ଷର କମାଣ୍ଡରମାନେ ରାଜି ହୋଇଛନ୍ତି। ରବିବାର ଚାଇନା ପାର୍ଶ୍ୱର ମୋଲ୍ଡୋ-ଚୁଶୁଲ ସୀମାରେ ଦୀର୍ଘ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅ।ଲୋଚନା ଚାଲିଥତ୍ଲା। ଫଳରେ ଉଭୟ ପକ୍ଷରେ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଓ ବୁଝାମଣା ବୃଦ୍ଧି ପାଇଛି । ଏଲ୍ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖତ୍ବା ଦିଗରେ ଦୁଇପକ୍ଷ ଫଳପ୍ରଦ ଉଦ୍ୟମ ଜାରି ରଖତ୍ବା ଲାଗି ସହମତ ହୋଇଛନ୍ତି । ଖୁବ୍ଶୀଘ୍ର ଦଶମ ପଯର୍ୟାୟ ଅ।ଲୋଚନା କରିବାକୁ ସ୍ଥିର ହୋଇଛି ଗତ ନଭେମ୍ବରରେ ଅନୁଷ୍ଠିତ ଅଷ୍ଟମ ପଯର୍ୟାୟ ଅ।ଲୋଚନା ବେଳେ ସେନା ପ୍ରତ୍ୟାହାର ସମ୍ପର୍କରେ ଉଭୟ ପକ୍ଷ ମତ ରଖତ୍ଥତ୍ଲେ। ସୂଚନାଯୋଗ୍ୟ ଗତବର୍ଷ ମେରୁ ଭାରତ ଓ ଚାଇନା ସେନା ମଧ୍ୟରେ ମୁହଁ।ମୁହିଁ ସ୍ଥିତି ଜାରି ରହିଥତ୍ବାବେଳେ ପୂର୍ବ ଲଦାଖ ପାର୍ବତ୍ୟାଞ୍ଚଳରେ ୫୦ ହଜାର ଭାରତୀୟ ଯବାନ ମୁତୟନ ଅଛନ୍ତି ଚାଇନା ମଧ୍ୟ ନିଜ ପାର୍ଶ୍ୱରେ ସମାନ ସଂଖ୍ୟକ ସୈନ୍ୟ ସୀମାରେ ଠୁଳ କରିଛି।

Share