Categories: ବାଣିଜ୍ୟ

ଆଇଜିଡିଟିୟୁଡବ୍ଲ୍ୟୁ ସହ ସିଜିୟୁର ରାଜିନାମା

ଭୁବନେଶ୍ୱର,୨୪।୧୨: ସି. ଭି. ରମଣ ଗ୍ଲୋବାଲ ୟୁନିର୍ଭସିଟି (ସିଜିୟୁ) ଓ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ ୟୁନିର୍ଭସିଟି ଫର୍‌ ଓମେନ (ଆଇଜିଡିଟିୟୁଡବ୍ଲ୍ୟୁ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏ ସମ୍ପର୍କରେ ଆଇଜିଡିଟିୟୁଡବ୍ଲ୍ୟୁର କୁଳପତି ଡ. ଅମିତା ଦେବ କହିଛନ୍ତି, ଛାତ୍ରମାନଙ୍କର ପ୍ରୋଜେକ୍ଟ, ଆଇପିଆର୍‌ ଫାଇଲିଂ ଏବଂ ଶିକ୍ଷକ ମାନଙ୍କର କୋଲାବରେଟିଭ ରିସର୍ଚ୍ଚ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ ଦିଆଯିବ। ସେହିଭଳି ସିଜିୟୁର କୁଳପତି ପ୍ରଫେସର ଡ. ଶୁଦ୍ଧୀନ୍ଦ୍ରନାଥ ପଣ୍ଡା କହିଛନ୍ତି, ଦେଶ ଓ ବିଦେଶର ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସହଭାଗିତା ସ୍ଥାପନ କରି ଭବିଷ୍ୟତରେ ଛାତ୍ରୀଛାତ୍ରମାନଙ୍କର ପ୍ରୋଜେକ୍ଟଗୁଡିକୁ କିପରି ଷ୍ଟାର୍ଟଅପ୍‌ରେ ପରିଣତ କରାଯିବ, ସେ ବିଷୟରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି।
ଆଇଜିଡିଟିୟୁଡବ୍ଲ୍ୟୁର ମେକାନିକାଲ ବିଭାଗର ପ୍ରଫେସର ମନୋଜ ସୋନି, କମ୍ପ୍ୟୁଟର ସାଇନ୍ସ ଏବଂ ଆଇଟିର ପ୍ରଫେସର ପୁନମ ବଂଶଲଙ୍କ ସମେତ ସିଜିୟୁର ରେଜିଷ୍ଟ୍ରାର ଡ. ବିନୀତା ପଣ୍ଡା, ଡିନ୍‌ ଇଞ୍ଜିନିୟରଂ ପ୍ରଫେସର ଡ. ପି. କାନୁନ୍‌ଗୋ, ଡିନ୍‌ ଏକାଡେମିକ ଅଶ୍ୱିନୀ ସାହୁ, ଡିନ୍‌ ଇଣ୍ଟରନ୍ୟାଶନାଲ ଡ. ଇନ୍ଦିରା ରାଉତରାୟ ଓ ଇଲେକ୍ଟ୍ରିକାଲ ବିଭାଗର ଶିକ୍ଷକ ରଜତ ସାମନ୍ତରାୟ ପ୍ରମୁଖ ଏମ୍‌ଓୟୁ ସ୍ବାକ୍ଷାର ଅବସରରେ ଯୋଗଦେବା ସହ ଉକ୍ତ ରାଜିନାମାକୁ ଆଗକୁ ବଢ଼ାଇନେବା ପାଇଁ ଆଶାବ୍ୟକ୍ତ କରିଥିଲେ।

Share