Categories: ବାଣିଜ୍ୟ

ଏନ୍‌ଏମ୍‌ଡିସି-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା

ଭୁବନେଶ୍ୱର,୧।୭: ଦେଶର ପ୍ରମୁଖ ଖଣି ଖନନ କମ୍ପାନୀ ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି) ହାଇଦ୍ରାବାଦ ଏବଂ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଲୁହାପଥର ଧୂଳି ଆବଦ୍ଧ ପାଇପ୍‌ ସାହାଯ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ ପାଇଁ ଉକ୍ତ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ଉଭୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଲୁହାପଥର ଧୂଳି ଇଣ୍ଟର ପ୍ଲାଣ୍ଟ ଏବଂ ଇଣ୍ଟ୍ରା ପ୍ଲାଣ୍ଟ ପାଇପଲାଇନ ମଧ୍ୟରେ ପରିବହନ ପାଇଁ ଡିଜାଇନ ପାରାଟିମ୍‌ର ପ୍ରତିଷ୍ଠା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।
ଏହି ପରିପ୍ରେକ୍ଷୀରେ ଏନ୍‌ଏମ୍‌ଡିସି ମୁଖ୍ୟ କାର୍ଯ୍ୟାଳୟ ହାଇଦ୍ରାବାଦଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉଭୟ ସଂସ୍ଥାର ନିର୍ଦ୍ଦେଶକ (ଉପତ୍ାଦନ) ଦିଲୀପ କୁମାର ମହାନ୍ତି, ନିର୍ଦ୍ଦେଶକ (ବାଣିଜି୍ୟକ) ବିଶ୍ୱନାଥ ସୁରେଶଙ୍କ ମଧ୍ୟରେ ଉପରୋକ୍ତ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଏହି ଅବସରରେ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share