ଭୁବନେଶ୍ୱର,୨୮।୧୦:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ (ଟିଏଏସଏଲ) ୟୁରୋପିୟାନ ଆଭିଏସନ ସଂସ୍ଥା ଏୟାର ବସ ସହ ଏକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ଉକ୍ତ ରାଜିନାମା ଅନୁଯାୟୀ ଉଭୟ ସଂସ୍ଥାର ଗୁଜରାଟର ଭଦୋଦରା ଠାରେ ଭାରତୀୟ ବାୟୁସେନ ପାଇଁ ସି-୨୯୫ ଏୟାରକ୍ରାଫ୍ଟ ର୍ନିମାଣ କରିବେ ବୋଲି କୁହାଯାଇଛି। ଏପରିକି ଏ ନେଇ ଟାଟା ଏବଂ ଏୟାରବସ ସହ ଏକ ଡିଲ୍ ମଧ୍ୟ ହୋଇଛି। ଏହା ଜରିଆରେ ବାୟୁସେନା ପାଇଁ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ର୍ନିମାଣ କରାଯିବ। ପ୍ରଥମଥର ପାଇଁ ଏୟାରବସ ସହ ଚୁକ୍ତି କରି ଟାଟା ଗୁଜରାଟରେ ସି-୨୯୫ ଏୟାରକ୍ରାଫ୍ଟ ଭାରତରେ ର୍ନିମାଣ କରିବ ବୋଲି ଜଣାପଡିଛି। ସେହିପରି ଗୁଜରାଟର ଭଦୋଦରାରେ ଗୋଟିଏ ପ୍ଲାଣ୍ଟରେ ଏହି ସି-୨୯୫ ଏୟାରକ୍ରାଫ୍ଟ ର୍ନିମାଣ କରାଯିବ ବୋଲି ଟାଟା ପକ୍ଷରୁ କୁହାଯାଉଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ରେ ଏହି ପ୍ଲାଣ୍ଟର ଶିଳାନ୍ୟାସ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ସୂଚନା ଅନୁସାରେ ଟାଟା ଏବଂ ଏୟାରବେସ ମିଳିତ ଭାବେ ବାୟୁସେନା ପାଇଁ ମୋଟ ୪୦ଟି ଏୟାରକ୍ରାଫ୍ଟ ର୍ନିମାଣ କରିବେ ବୋଲି ରାଜିନାମା ହୋଇଛି।