ପେଟ୍ରୋଲ-ଡିଜେଲ୍‌ ଉପରେ କୃଷି ସେସ୍‌

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ କୃଷି ସେସ୍‌ ଲାଗୁ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପେଟ୍ରୋଲ ଉପରେ ୨ ଟଙ୍କା ୫୦ ପଇସା ଏବଂ ଡିଜେଲ୍‌ ଉପରେ ୪ ଟଙ୍କା କୃଷି ଲାଗୁ କରାଯିବ। ତେବେ ଏହାକୁ ସମ୍ପୃକ୍ତ ବିଶୋଧନକାରୀ କମ୍ପାନୀଙ୍କୁ ଦେବାକୁ ପଡ଼ିବ। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ ବୋଲି କୁହାଯାଉଛି।

Share