
କେସିଙ୍ଗା,୨୯/୩ (ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ସଭାପତି ପ୍ରଫୁଲ୍ଲ ନାଏକଙ୍କ ନେତୃତ୍ୱରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିଃର ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ARCS ମଧୁସୂଦନ ମେହେର, SARCS ସୁରେନ୍ଦ୍ର ମାଝୀ, ସରପଞ୍ଚ କୃତାଞ୍ଜଳ ଗୌଡ, ନାଏବ ସରପଞ୍ଚ ଗୀତାଞ୍ଜଳି ସାହୁ, ଏକ୍ସ ସରପଞ୍ଚ ପ୍ରମିଳା ସାହୁ, କାଣ୍ଡେଲ ଏବଂ ପରଲସିଙ୍ଗା PACS ସିଇଓ ଯଶୋବନ୍ତ ବାଗ, କାଣ୍ଡେଲ PACSର ସଭାପତି ତ୍ରିପୁରା ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ମଧ୍ୟ କରାଯାଇଥିଲା। ଏହି ଉଦ୍ଘାଟନ ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀବୃନ୍ଦଙ୍କ ସମିତି ସଭ୍ୟାସଭ୍ୟ ଏବଂ ବହୁ ମାନ୍ୟଗଣ ବୁଦ୍ଧିଜୀବୀମାନେ ଉପସ୍ଥିତ ହୋଇଥିଲେ। ଏହି ପ୍ରଥମ କରି ନୂତନ ଭାବେ ଏହି ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟନ ହେବାଦ୍ୱାରା ଅଞ୍ଚଳର କୃଷକମାନଙ୍କର ବିକାଶ, କୃଷି ଋଣ,ଖରିଫ,ରବି ଋ଼ତୁ ଚାଷୀମାନେ ଋଣ ଆଦାନ ପ୍ରଦାନ କରି ଉପକୃତ ହୋଇ ଲାଭବାନ ହେବେ ବୋଲି SARCS ସୁରେନ୍ଦ୍ର ମାଝୀ କହିଥିଲେ। ପରିଶେଷରେ ମଞ୍ଚ ପରିଚାଳନା କରିଥିଲେ ମହୀପାଳ ନାଏକ ଏବଂ ହେମସାଗର ସା ଆୟୋଜନ କରିଥିଲେ ।