Categories: ଜାତୀୟ

କୃଷି ଆଇନ ଚାଷୀଙ୍କୁ ଦେଇଛି ଅଧିକାର: ମୋଦି

ନୂଆଦିଲ୍ଲୀ,୨୯।୧୧: କୃଷି ଆଇନ ଚାଷୀଙ୍କ ହାତମୁଠାକୁ ଟାଣ କରିଛି। ଏହାଦ୍ୱାରା ଚାଷୀଙ୍କ ସମସ୍ୟା ଦୂର ହୋଇଛି। ଚାଷୀଙ୍କ ଅଧିକାର ବୃଦ୍ଧି ପାଇଛି। ୭୧ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଭି କହିଛନ୍ତି। କରୋନା ସଙ୍କଟରେ ଶିଖ୍‌ ସମ୍ପ୍ରଦାୟ ଲୋକଙ୍କ ସେବା ପାଇଁ ଆଗେଇ ଆସିଥିବାରୁ ମୋଦି ସେମାନଙ୍କୁ ପ୍ରଶାଂସା କରିଛନ୍ତି। ସେହିପରି କାନାଡ଼ାରୁ ୧୦୦ ବର୍ଷ ପୁରାତନ ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଭାରତ ଆସିବା ଘଟଣାରେ ସେ କାନାଡ଼ା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ସେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କୁ ଦେଶ ବିକାଶ କାର୍ଯ୍ୟରେ ଆଗେିବ ାଲାଗି ପରାମର୍ଶ ଦେଇଛନ୍ତି। ପ୍ରତିଟି ବିଶ୍ୱବିଦ୍ୟାଳୟ ମିନି ଇଣ୍ଡିଆ ସଦୃଶ। ଦେଶ ବିକାଶ କାର୍ଯ୍ୟର ମୂଳଦୁଆ ଏଠାରୁ ହିଁ ପଡ଼ିଥାଏ ବୋଲି ସେ କହିଛନ୍ତି।

Share