କେବେ ଆସିବ କାଳିଆ ଟଙ୍କା? କୃଷିମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୨୦।୬: ପିଏମ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଆସିବା ପରେ ଏବେ କାଳିଆ ଟଙ୍କାକୁ ନେଇ ଜୋର ଧରିଲା ଚର୍ଚ୍ଚା । ବନ୍ଦ ହୋଇଯିବ ନା ଚାଲୁ ରହିବ ଦ୍ୱନ୍ଦ୍ୱରେ ହିତାଧିକାରୀ । ଯଦି ଚାଲୁ ରହିବ ତେବେ କେବେ ଆସିବ କାଳିଆ ଟଙ୍କା ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି। ଯାହାକୁ ନେଇ ଏବେ ଉପମଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ତଥା କୃଷିମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି , କାଳିଆ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ୟ ଯୋଜନା,ସମୟ ଆସିଲେ ଏହା ସ୍ପଷ୍ଟ ହୋଇଯିବ। ହେଲେ ଅପେକ୍ଷା କରିବାକୁ ପଡ଼ିବ କେଭି ସିଂ ଦେଓ କହିଛନ୍ତି।

ଅନ୍ୟପଟେ, ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ସିଧାସଳଖ ୨୦ ହଜାର କୋଟି ଟଙ୍କା ପଠାଇଛନ୍ତି । ଦେଶର ୯.୨୬ କୋଟି ଚାଷୀଙ୍କ ଖାତାକୁ ଆଜି ଟଙ୍କା ପଠା ଯାଇଛି। ଏହା ଯୋଜନାର ୧୭ତମ ଇନଷ୍ଟଲମେଣ୍ଟ।

Share