Categories: ଜାତୀୟ

କୃଷି ଆଇନରେ ଥିଲା କ୍ରାନ୍ତିକାରୀ ପରିବର୍ତ୍ତନର କ୍ଷମତା: କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୧: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କୃଷକ ବିରୋଧ କରିବାର ପାଖାପାଖି ଦେଢ ବର୍ଷ ପରେ କେନ୍ଦ୍ର ସରକାର ଏହାକୁ ଫେରାଇ ନେଇଛନ୍ତି । ଶୁକ୍ରବାର ଏହାକୁ ଫେରାଇ ନେବା କଥା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ନୂଆ କୃଷି ଆଇନରେ କୃଷକଙ୍କର ଲାଭ ହୋଇଥାଆନ୍ତା । ଏହି ଆଇନ ଆଣିବା ପଛରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଥିଲା କୃଷକଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ । ହେଲେ ଦୁଃଖ ଲାଗୁଛି କି ଦେଶର କେତେଜଣ କୃଷକଙ୍କୁ ଆମେ ଏହି କୃଷି ଆଇନର ଲାଭ ବିଷୟରେ ବୁଝାଇବାକୁ ବିଫଳ ହୋଇଛୁ । ଫଳରେ ଆମେ ଏହାକୁ ରଦ୍ଦ କରିବାକୁ ବାଧ୍ୟ ହୋଇଛୁ । କୃଷିମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଦେଶ ଏହାର ସାକ୍ଷୀ ଯେ ଯେବେଠରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନ ଡୋର ସମ୍ଭାଳିଲେଣି , ତାଙ୍କ ସରକାରଙ୍କ ପ୍ରତିବଦ୍ଧତା କୃଷକ ଓ କୃଷି ପାଇଁ ରହିଛି । ପରିଣାମ ସ୍ୱରୂପ ଆପଣମାନେ ଦେଖିଛନ୍ତି ଗତ ୭ ବର୍ଷ ମଧ୍ୟରେ କୃଷିକୁ ଲାଭ ପହଞ୍ଚାଇବା ଭଳି କେତେ ଯୋଜନା ଆରମ୍ଭ କରାଯାଇଛି । କୃଷିମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ସବୁବେଳେ କୃଷକଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି ।

Share